ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ପୂଜାପାଠରେ ସମୟ ବିତିବ। ଜରୁରି କାମ ଶେଷ କରିବେ। ଇଲେକ୍‌ଟ୍ରୋନିକ୍ସ ଇଂଜିନିୟରଙ୍କ ଲାଗି ଦିନଟି ଭଲ ରହିବ। ‌
ବୃଷ: ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ମିଳିବ। ଆପଣଙ୍କ କାମ ସରଳ ହୋଇଯିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। 
ମିଥୁନ: ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। କ୍ୟାରିୟରରେ ବଡ଼ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ହେବ। ‌
କର୍କଟ: ପାରିବାରିକ ଜୀବନ ଉତ୍ସବମୁଖର ହେବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମ୍ନା କରିବେ।

ସିଂହ: ଆର୍ଥିକ ମାମଲାରେ ସଂପର୍କୀୟଙ୍କ ଠାରୁ ସାହାଯ୍ୟ ପାଇବେ। ଦେଣନେଣ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ, ବଡ଼ ଅଶାନ୍ତିକୁ ଅତିକ୍ରମ କରିବେ।   ‌

କନ୍ୟା: ଦାମ୍ପତ୍ୟ ଜୀବନରେ ବିବାଦର ଆପୋସ ସମାଧାନ ହେବ। ବ୍ୟବସାୟୀ ଭଲ ଅବସର ପାଇବେ। ଘର ତିଆରି ଲାଗି ଯୋଜନା କରିବେ। 
ତୁଳା: ବେପାରରେ ଲାଭ ହେବାର ଆଶା। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। 
ବିଛା: ଘରକୁ ବନ୍ଧୁବାନ୍ଧବ ଆସିବା ସମ୍ଭାବନା ଅଛି। କୌଣସି ବିଶେଷ କାମ ଲାଗି ପରିବାରର ଆପଣଙ୍କ ଉପରେ ଆଶା ରହିବ। 
ଧନୁ: ବ୍ୟବସାୟରେ ଭଲ ସୁଯୋଗ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଳା ଛାତ୍ର ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। 
ମକର: ସକାରାତ୍ମକ ଭାବନାରେ ଆଗକୁ ବଢ଼ିବେ। ଆର୍ଥିକ ଲାଭର ଯୋଗ ଅଛି। ନିଜ ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ। ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ଦେବେ। 
କୁମ୍ଭ: ଧନଲାଭ ହେବାର ଆଶା ଅଛି। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି। 
ମୀନ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। କୌଣସି କାମରେ ସଫଳତା ଯୋଗୁଁ ଆତ୍ମବିଶ୍ବାସ ବୃଦ୍ଧି ହେବ।

 ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe