ମେଷ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ମନୋରଞ୍ଜନ ପାଇଁ କରିଥିବା ଯୋଜନା ବାତିଲ ହୋଇପାରେ। କୌଣସି ରଣନୀତି ପ୍ରସ୍ତୁତ କରିବାରେ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। 
ବୃଷ: ହଜିଥିବା ପୁରୁଣା ବସ୍ତୁ ପାଇବେ। ନିବେଶରୁ ଲାଭ ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ନିଜ ଲୋକଙ୍କୁ ସାହାଯ୍ୟ କରିବେ। ଆଇନ ମାମଲାରେ ଜିତିବେ।  

Advertisment

ଆହୁରି ପଢ଼ନ୍ତୁ: Fake Currency Seized: ୪ ଲକ୍ଷ ୧୫ ଶହ ଟଙ୍କାର ଜାଲ ନୋଟ୍‌ ଜବତ


ମିଥୁନ: କୌଣସି ବଡ଼ ମାମଲାରେ ସହମତ ଓ ସହଯୋଗ ପାଇଁ ପ୍ରସ୍ତୁତ ରହିବେ। ନିବେଶ କରିବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ମହତ୍ତ୍ବପୂର୍ଣ୍ଣ କାମରେ ପରିବର୍ତ୍ତନ ହେବ। 
କର୍କଟ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ଆନନ୍ଦ ଭରି ଦେବ। 

ସିଂହ: ଅର୍ଥ ଦିଆନିଆ ମାମଲାରେ ନିର୍ଣ୍ଣୟ ନେବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହିତ ତର୍କବିତର୍କ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ସାକ୍ଷାତ୍‌କାର ପାଇଁ ଯାଇପାରନ୍ତି।

କନ୍ୟା: ସୃଜନଶୀଳ କାମରେ ଆପଣଙ୍କ ରୁଚି ରହିବ। ପ୍ରେମୀଯୁଗଳ ସାଥୀ ହୋଇ ବାହାରକୁ ବୁଲି ଯିବାର ଯୋଜନା କରିବେ। ନୂଆ ବାଇକ୍ କିଣିବା ଲାଗି ଦିନଟି ଶୁଭ।
ତୁଳା: ମାଟି, ବାଲି ବ୍ୟବସାୟୀଙ୍କର ଭଲ ଲାଭ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ପରିଶ୍ରମ ଓ ଉତ୍ତମ ବ୍ୟବହାର କାରଣରୁ ଧନଲାଭ ହେବ। 

ଆହୁରି ପଢ଼ନ୍ତୁ: Beef Sales In Koraput: ବୁଲିବୁଲି ଗୋ ମାଂସ ବିକିବା ସମୟରେ ବୃଦ୍ଧଙ୍କୁ କାବୁ କଲେ ଗ୍ରାମବାସୀ


ବିଛା: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାମରେ ସଫଳତା ହାସଲ କରିବେ। ବନ୍ଧୁ ସହିତ ମିଶି କୌଣସି ମନୋରଞ୍ଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। 
ଧନୁ: କାମ ପୂରା କରିବାରେ ସଫଳ ହେବେ। ଆତ୍ମସମ୍ମାନ ବଢ଼ିବ। ଅଫିସରେ ସରଳ ଭାବେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। 
ମକର: ବେପାରରେ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ପ୍ରଚୁର ପ୍ରେମ ପାଇବେ। କୌଣସି ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ଘର ଜିନିଷ କିଣିବାରେ ଖର୍ଚ୍ଚ କରିବେ। 
କୁମ୍ଭ: ବେପାରରେ କିଛି ପରିବର୍ତ୍ତନ କରିପାରନ୍ତି। ଭାଗ୍ୟ ଆପଣଙ୍କୁ ସଂପୂର୍ଣ୍ଣରୂପେ ସମର୍ଥନ କରିବ। ନିଜର ଦାମିକା ବସ୍ତୁକୁ ସମ୍ଭାଳି କରି ରଖନ୍ତୁ। 
ମୀନ: କାର୍ଯ୍ୟରେ ସଫଳତା ମିଳିପାରେ। ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ସୁଯୋଗ ଆସିପାରେ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି।