ମେଷ: ଆପଣଙ୍କର ସବୁ ଅଶାନ୍ତିର ଅନ୍ତ ହେବ। ସଫଳତାର ନୂଆ କିରଣ ଦେଖାଦେବ। ଆର୍ଥିକ କ୍ଷେତ୍ରରେ ବିକାଶର ଯୋଗ ଅଛି। ଗାଡ଼ି କିଣିବା ପାଇଁ ସମୟ ସାଥ ଦେବ।
ବୃଷ: ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ। ବେପାର ବଢ଼ାଇବା ପାଇଁ କରିଥିବା ଯୋଜନାରୁ ଲାଭ ପାଇବେ। ପରୋପକାରରେ ସମୟ ଲଗାଇ ପାରନ୍ତି।
ମିଥୁନ: ଘନିଷ୍ଠ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଯୋଗୁଁ ଆପଣ ଆରାମ ପାଇବେ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ବେପାରୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।
କର୍କଟ: ସାମାଜିକ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। କାମଧନ୍ଦା ନିର୍ଦ୍ଧାରିତ ସମୟ ଭିତରେ ପୂରା କରିଦେବେ। ପରିବାର ସହିତ ଅପରାହ୍ଣ ସମୟ କାଟିବେ।
ଆହୁରି ପଢ଼ନ୍ତୁ: Use of AADHAAR: ଆଧାର ପରିଚୟ ପ୍ରମାଣିତ କରେ ନାଗରିକତା ନୁହେଁ:UIDAI ନିୟମ କ'ଣ କୁହେ?
ସିଂହ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।
ଆହୁରି ପଢ଼ନ୍ତୁ: Job Scam: ସମ୍ବଲପୁର ଚାକିରି କେଳେଙ୍କାରୀ ମାମଲାରେ ୧୮ ଜଣ ଅଟକ
କନ୍ୟା: କୌଣସି କାରଣରୁ ଅଶାନ୍ତ ଥିଲେ ପିଲାଙ୍କ ସହିତ କିଛି ସମୟ ବିତାନ୍ତୁ ଆପଣଙ୍କ ମନ ଠିକ୍ ହୋଇଯିବ। ଘର ଓ ଦୋକାନ କିଣିବା ଲାଗି ଦିନଟି ଶୁଭ। ବେପାରରେ ଲାଭ ହେବ।
ତୁଳା: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ନିର୍ବାହ କରିବେ। ପାରିବାରିକ ସମ୍ବନ୍ଧ ସୁଦୃଢ଼ ହେବ। ପ୍ରେମିକପ୍ରେମିକା ନିଜର ଭୁଲ୍ ବୁଝି ସମ୍ବନ୍ଧକୁ ଦ୍ବିତୀୟ ମଉକା ଦେବେ।
ବିଛା: ପରିବାରର ସମସ୍ତଙ୍କୁ ଖୁସି ରଖିବା ଚେଷ୍ଟାରେ ଲାଗି ରହିବେ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ଜୀବନରୁ ନକାରାତ୍ମକତା ଦୂର ହେବ।
ଧନୁ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତିର ସମାଧାନ ବାହାର କରିନେବେ। ଲୋକେ ଆପଣଙ୍କ ସଂପର୍କରେ କହିଥିବା କଥାକୁ ନେଇ ମନେ ମନେ ଅଶାନ୍ତ ହୋଇପାରନ୍ତି।
ମକର: ଆପଣଙ୍କ ବାଣୀ କଠୋର ହୋଇପାରେ। ଆୟର ନୂଆ ଉତ୍ସ ପାଇବେ। ଅନ୍ୟମାନଙ୍କ ପ୍ରତି ସ୍ନେହ ଓ ଭକ୍ତିଭାବ ବଜାୟ ରଖନ୍ତୁ। ବଡ଼ଙ୍କ ଠାରୁ ପରାମର୍ଶ ପାଇବେ।
କୁମ୍ଭ: କୌଣସି ମହତ୍ତ୍ବପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହେବାର ମଉକା ପାଇବେ। ଦାମ୍ପତ୍ୟ ଜୀବନରେ ସନ୍ତୋଷ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କ ଠାରୁ ପରାମର୍ଶ ନେଇପାରନ୍ତି।
ମୀନ: ଘର ନିର୍ମାଣ କାର୍ଯ୍ୟ ଶୀଘ୍ର ପୂରା ହେବ। ଅଫିସରେ ଭଲ ବ୍ୟବହାର ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ରାଜନେତାଙ୍କର ପ୍ରଭାବ ବଢ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/23/horoscope-2025-10-23-17-37-10.jpg)