ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଗାୟକଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ଆସିପାରେ। ଦିନଟି ସଂପୂର୍ଣ୍ଣରୂପେ ଉପଭୋଗ କରିବେ। ଜୀବନସାଥୀର ବ୍ୟବହାରରେ ପରିବର୍ତ୍ତନ ଆସିବ।

ବୃଷ:-ଆପଣଙ୍କ ପିଲା ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଆପଣଙ୍କୁ କୌଣସି ବଡ଼ ଡ଼ିଲ୍ ମିଳିପାରେ। ପରିବାର ଲୋକଙ୍କ ସହିତ ସାମଞସ୍ୟ ବଜାୟ ରଖନ୍ତୁ।

ମିଥୁନ:-ବ୍ୟବସାୟ ମାମଲାରେ ରାଜ୍ୟ ବାହାରକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

କର୍କଟ:-ଆପଣଙ୍କର ଦୀର୍ଘ ଦିନର କାମ ସହକର୍ମୀଙ୍କ ସହଯୋଗରେ ପୂରା ହୋଇଯିବ। ଛାତ୍ରଛାତ୍ରୀ କୌଣସି ମହତ୍ବପୂର୍ଣ୍ଣ ବିଷୟରେ ସଂଶୟର ରହିବେ। ଶିକ୍ଷକ ଆପଣଙ୍କର ସହାୟତା କରିବେ।

ସିଂହ:-ଆପଣଙ୍କ ମନ କିଛି ନୂଆ କାମରେ ଲାଗିବ। ଆପଣଙ୍କର ତଳିଆ କର୍ମଚାରୀ  ପଣଙ୍କ ଠାରୁ କାମ ଶିଖିବାକୁ ଚେଷ୍ଟା କରିବେ। ଅର୍ଡ଼ର ସପ୍ଲାଇଙ୍କୁ ଲାଭ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବେ। ‌


କନ୍ୟା:-ପରିବାର ଆଗରେ ଆପଣଙ୍କୁ ମତ ରଖିବାର ପୂରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଅନଲାଇନି ବ୍ୟବସାୟ ଆରମ୍ଭ କରିପାରନ୍ତି।‌

ତୁଳା:-ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଘରକୁ କୌଣସି ବନ୍ଧୁ ଆସିବେ। ମାଆ ନିଜର ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। ଆପଣଙ୍କର ଭୌତିକ ସୁଖ ସୁବିଧା ବଜାୟ ରହିବ।

ବିଛା:-ପୁରୁଣା ବନ୍ଧୁ ସହିତ ଅଚାନକ ଭେଟ ହେବ। କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ସନ୍ଧ୍ୟାରେ ବାହାରକୁ ବୁଲି ଯିବାର ଯୋଜନା କରିବେ।

ଧନୁ:-କାମ ସମ୍ବନ୍ଧରେ ଦୂରସ୍ଥାନକୁ ଯିବେ। ଅଫିସରେ ଆପଣଙ୍କର ସଚ୍ଚୋଟତା ପାଇଁ କତୃପକ୍ଷ ଆପଣଙ୍କର ଦରମା କରାଇବେ। କାରବାର ସହିତ ନିଜ ଜୀବନର ଭାରସାମ୍ୟ ବଜାୟ ରଖନ୍ତୁ।

ମକର:-ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ମାମଲାରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ:-ଆପଣ ସହ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ। ଆପଣଙ୍କ ମନ କୌଣସି ନୂଆ କାମରେ ଲାଗିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ:-ବ୍ୟବସାୟରେ ଲାଭ ପାଇବା ପାଇଁ କୌଣସି ବିଶେଷଜ୍ଞଙ୍କ ପରମର୍ଶ ନେବେ। ଅନ୍ୟମାନଙ୍କ ମାମଲା ଠରୁ ଦୂରରେ ରୁହନ୍ତୁ। ନିଜ କାମରେ ମନ ଲଗାନ୍ତୁ। ଜୀବନସାଥୀ ସହିତ ସାମଞସ୍ୟ ବଜାୟ ରହିବ।

 ଦୈନିକ ରାଶିଫଳ | ଜୀବନଚର୍ଯ୍ୟା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe