ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି। ବନ୍ଧୁଙ୍କୁ କୌଣସି ସମସ୍ୟା କହିବେ। କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜରୁରୀ ଜିନିଷ କେଉଁଠି ରଖି ଦେଇ ପାସୋରି ଯିବେ। ‌

ବୃଷ:-ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ବ୍ୟବସାୟରେ ବଡ଼ ଅର୍ଡ଼ର ମିଳିବା ଯୋଗୁଁ ଧନଲାଭ ହେବ। ‌ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ:-ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଘରୋଇ କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। ବାଇକ୍ ସାବଧାନତାର ସହ ଚଳାନ୍ତୁ। ‌

କର୍କଟ:-ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଆୟ ବୃଦ୍ଧି ହେବାର ସମ୍ଭାବନା। ଅଫିସରେ କତୃପକ୍ଷ ଆପଣଙ୍କୁ ପ୍ରଶଂସା କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।

ସିଂହ:-ଘରେ କୌଣସି ଶୁଭକାର୍ଯ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ଭଲ ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଦାୟିତ୍ବ ମିଳିବ।

କନ୍ୟା:-ଉପାର୍ଜନ ପାଇଁ କୌଣସି ନୂଆ ଉତ୍ସ ପାଇବେ। ଚାକିରିଜୀବୀଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ରିକେଟ ଖେଳାଳୀଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ହେବ।

ତୁଳା:-ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ। ଘରର ବାତାବରଣ ଶାନ୍ତିମୟ ରହିବ।

ବିଛା:-ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଲୋକ ଆପଣଙ୍କ ସ୍ବଭାବରେ ପ୍ରଭାବିତ ହେବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅବସର ପାଇବେ। କାମ ପାଇଁ ଅଧିକ ଯାତୟାତ କରିବେ। ‌

ଧନୁ:-କ୍ୟାରିୟରରେ ଆପଣଙ୍କ ଗୁରୁର ସହଯୋଗ ପାଇବେ। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସ କାମରେ ବରିଷ୍ଠଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ମକର:-ବନ୍ଧୁ ଠାରୁ ବହୁତ ଭଲ ପରାମର୍ଶ ପାଇବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଫେସନ ଡ଼ିଜାଇନିଙ୍ଗ କିଛି ନୂଆ ଶିଖିବାକୁ ପାଇବେ। ଘରର ଜିନିଷ କିଣିବା ପାଇଁ ବଜାରକୁ ଯିବେ।‌

କୁମ୍ଭ:-ନୂଆ କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ସମସ୍ୟାର ସମାଧାନ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ:-ସଠିକ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ସଫଳତା ଓ ଲାଭ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe