ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁଞ୍ଜି ନିବେଶ ବିଷୟରେ ଅଭିଜ୍ଞଙ୍କଠାରୁ ଭଲ ପରାମର୍ଶ ପାଇବେ। ଉନ୍ନତିର କୌଣସି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଉନ୍ନତି ପାଇଁ ନୂଆ ଅବସର ପାଇବେ। ଖେଳ ଜଗତରେ ଥିବା ବ୍ୟକ୍ତିମାନେ ଅଧିକ ସମୟ ଅଭ୍ୟାସ କରିବେ। ଘର କରୁଥିବା ଲୋକଙ୍କ କାମ ଆଗକୁ ବଢ଼ିବ। ସନ୍ତାନର ନକାରାତ୍ମକ ଗତିବିଧି ଆପଣଙ୍କ ଚିନ୍ତା ବଢ଼ାଇପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ: କାରବାର ସହ ଜଡ଼ିତ କୌଣସି କଥା ଆପଣଙ୍କୁ ଅସ୍ଥିର କରିପାରେ। କାମକୁ ଟା‌ଳିବା ଦ୍ବାରା କ୍ଷତିରେ ପଡ଼ି ଯାଇପାରନ୍ତି। କାହାରିକୁ ଧାର ଦିଅନ୍ତୁ ନାହିଁ। ଅଫିସ୍‌ରେ ନିଜର ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ ନାହିଁ। ନିଜର କାମ କରିବାରେ ଭୁଲ୍‌ ନ‌ହୋଇ ଯାଉ ତା’ର ଧ୍ୟାନ ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ଭାବମୂର୍ତ୍ତି ଭଲ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବା ଯୋଗ ଅଛି।

ମିଥୁନ: କୌଣସି ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ମଙ୍ଗଳବାରଠାରୁ ଆର୍ଥିକ ଲାଭର ଭଲ ଅବସର ଆସିବ। ହୋଟେଲ୍‌ ବ୍ୟବସାୟ ପୂର୍ବ ଅପେକ୍ଷା ବହୁତ ଭଲ ହେବ। ଅଫିସ୍‌ କାମରେ ଆହ୍ବାନ ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋ‌େକ ପରିଶ୍ରମ ଜାରି ରଖନ୍ତୁ। ଜମିବାଡ଼ି ସମ୍ବନ୍ଧୀୟ କାମରେ ବାଧା ଲାଗି ରହିଥିଲେ ତା’ର ସମାଧାନ ପାଇଁ ଏହା ଉଚିତ ସମୟ। ବିଶେଷ ବ୍ୟକ୍ତିଙ୍କଠାରୁ ଉଚିତ ପରାମର୍ଶ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଉପାର୍ଜନ ପାଇଁ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ବେପାରବଣିଜରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଅଫିସ୍‌ରେ ଆହ୍ବାନର ସାମନା କରିବାକୁ ସକ୍ଷମ ହେବେ। ପଦୋନ୍ନତି ଓ ବଦଳି ପାଇଁ କାହାରି ସହିତ କଥା ହେବେ। ପରିବାରରେ ହର୍ଷଉଲ୍ଲାସର ମାହୋଲ ରହିବ। ପ୍ରେମ ଜୀବନରେ ଅଶାନ୍ତି ଦୂର ହେବ। ଯୋଗ ଓ ବ୍ୟାୟାମ କରି ସୁସ୍ଥ ଅନୁଭବ କରିବେ।

ସିଂହ: କୌଣସି ବି ଅବସର ହାତଛଡ଼ା କରନ୍ତୁ ନାହିଁ। ଇଆଡୁସିଆଡୁ ଶୁଣା କଥା ଉପରେ ଭରସା ନକରି ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ନ୍ତୁ, ସଫଳତା ପାଇବେ। ଆର୍ଥିକ ସମସ୍ୟା ରହିବ ନାହିଁ। ଅଫିସ୍‌ରେ ବଡ଼ କାମର ଦାୟିତ୍ବ ମିଳିପାରେ। କଂପାନି ତରଫରୁ ବିଦେଶ ଯିବାର ସୁଯୋଗ ଅଛି। କଳା ସାହିତ୍ୟ କ୍ଷେତ୍ରରେ ବ୍ୟକ୍ତିମାନେ ସଫଳତା ପାଇବେ। ପରିବାରରେ ଶାନ୍ତିଦାୟକ ବାତାବରଣ ବଜାୟ ରହିବ। ପରିବାର ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।

କନ୍ୟା: ଆପଣଙ୍କ ମନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ଅନ୍ୟମାନଙ୍କ କଥାରେ ନ ମାତି ନିଜ ବିବେକରେ କାମ କରନ୍ତୁ। ଏହାଦ୍ବାରା ଆପଣ ଭଲ ନିର୍ଣ୍ଣୟ ନେଇପାରିବେ। ପୁଞ୍ଜି ବଜାରରେ ନିବେଶ କରିବାକୁ ଚାହୁଥିଲେ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିବେଶ କରନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବାର ସମ୍ଭାବନା ରହିଛି। ଯେକୌଣସି ପ୍ରକାରର ବିବାଦ ଠାରୁ ଦୂରେଇ ରହନ୍ତୁ।

ତୁଳା: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବୃଦ୍ଧି ହେଉଥିବା ଶକ୍ତିରେ ବହୁତ କିଛି ହାସଲ କରିନେବେ। ଯଦି ଘର, ଦୋକାନ, ଭୂମି କିଣିବା ଲାଗି ଭାବୁଛନ୍ତି ତେବେ ସମୟ ଆପଣଙ୍କ ଲାଗି ବହୁତ ଭଲ। ଅଫିସରେ ଉଚ୍ଚାଧିକାରୀଙ୍କ ସହିତ ଭଲ ସମ୍ପର୍କ ରହିବ। ଶତ୍ରୁ ଓ ବିରୋଧୀ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ବୟସାଧିକ ବ୍ୟକ୍ତିମାନେ ଧାର୍ମିକ କାର୍ଯ୍ୟରେ ଯୋଡ଼ିହେବାର ଅବସର ପାଇବେ। ପରିବାରରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇପାରେ।

ବିଛା: ଆପଣଙ୍କ ପାଇଁ ସମୟ ଆଶାଠାରୁ  ଅଧିକ ଭଲ ରହିବ। ଖଣିଜ ପଦାର୍ଥ ବେପାରୀଙ୍କର ଭଲ ଲାଭ ହେବ। କୌଣସି ସ୍ଥାନରେ ନିବେଶ କରିବାକୁ ଚାହୁଥିଲେ ପୂର୍ବରୁ ଭଲଭାବେ ତଦାରଖ କରି ନିଅନ୍ତୁ। ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ। ସଙ୍ଗୀତଜ୍ଞ ଓ ଗାୟକଙ୍କୁ କୌଣସି ବଡ଼ ଜାଗାରେ ପ୍ରଦର୍ଶନ ଲାଗି ସୁଯୋଗ ମିଳିପାରେ। ଲେଖନ କ୍ଷେତ୍ରରେ ଥିବା ଲୋକ ଭଲ ଅବସର ପାଇବେ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ।

ଧନୁ: ବ୍ୟବସାୟରେ କିଛି ନୂଆ ଓ ଭଲ କରିବା ପାଇଁ ଚେଷ୍ଟା କରିବେ। ଚାକିରିରେ ସ୍ଥିତି ଯଥାପୂର୍ବ ରହିବ। କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଖେଳ କ୍ଷେତ୍ରରେ ତାଲିମ ନେଉଥିବା ଖେଳାଳି ପୂରା ପରିଶ୍ରମ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। ଖର୍ଚ୍ଚ ବଢ଼ିବା ହେତୁ ଅଶାନ୍ତି ବଢ଼ିପାରେ। ସନ୍ତାନ ସମ୍ବନ୍ଧୀୟ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ପ୍ରେମ ବ୍ୟାପାରରେ ଗମ୍ଭୀରତା ଓ ଗୋପନୀୟତା ରଖନ୍ତୁ।

ମକର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ ବଡ଼ ଡିଲ୍ କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ିବାକୁ ହେବ। ଟଙ୍କାପଇସା ନେବାଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଜମି ବଢ଼ାଇବା ଯୋଜନାରେ ସଫଳ ହେବେ। ଅଫିସ୍‌ରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବା ଯୋଗୁଁ ଆପଣଙ୍କର ଗୁରୁତ୍ବପୂର୍ଣ୍ଣ କାମ ହୋଇଯିବ। ସଙ୍ଗୀତଜୀବୀଙ୍କ ଲାଗି ଭଲ ସମୟ। ସାମାଜିକ ବୈବାହିକ ଜୀବନରେ ପ୍ରସନ୍ନତା ଭରି ରହିବ।

କୁମ୍ଭ: କିଛି ନା କିଛି ଜିନିଷର ଅଭାବ ଅନୁଭବ କରିପାରନ୍ତି। ନକାରାତ୍ମକ ଲୋକଙ୍କ ଠାରୁ ଦୂରରେ ଏବଂ ଆଳସ୍ୟ ସ୍ଥିତି ତ୍ୟାଗରେ ମାନସିକ ଶାନ୍ତି ପାଇବେ। ଚାକିରିଜୀବୀଙ୍କ ଲାଗି ସମୟ ବହୁତ ଭଲ। ଅଫିସ୍‌ରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। କୃଷକ ନିଜ ଶସ୍ୟରୁ ଭଲ ଲାଭ ପାଇବେ। ଆପଣ କିଛି ଲୋକଙ୍କ ସହିତ ମିଶି କୌଣସି ସାମାଜିକ କାର୍ଯ୍ୟର ରୂପରେଖ ବନାଇ ପାରନ୍ତି। କୌଣସି ପ୍ରକାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ।

ମୀନ: ଟଙ୍କାପଇସା ସହ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। କୌଣସି ବଡ଼ ବ୍ୟବସାୟୀ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ। ଯେଉଁ ନିର୍ଣ୍ଣୟ ନେବେ ତାହା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରିଜୀବୀ କୌଣସି ପ୍ରକାର ଗଣ୍ଡଗୋଳଠାରୁ ନିଜକୁ ଦୂରେଇ ରଖନ୍ତୁ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। କୌଣସି କଥାକୁ ନେଇ ଭାଇଭଉଣୀଙ୍କ ସହିତ ମତଭେଦ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe