ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasiii

ମେଷ: କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ। ବେପାରୀଙ୍କ ଲାଗି ଭଲ ଦିନଟିଏ। ଅଚାନକ ଖୁସି ଖବର ପାଇବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଯୋଗ ଅଛି। ‌

ବୃଷ: ବେପାରରେ ଲାଭର ବହୁତ ସମ୍ଭାବନା ରହିଛି। ଉଚ୍ଚାଧିକାରୀ ସହିତ ଭଲ ସାମଞ୍ଜସ୍ୟ ରହିବ। ଭାଇଭଉଣୀ ମଧ୍ୟରେ ସମ୍ବନ୍ଧ ମଜଭୁତ ହେବ। 

ମିଥୁନ: ବ୍ୟବସାୟରେ ମନ ଚାହୁଥିବା ଲାଭ ପାଇବେ। ପରିବାର ସହିତ କୌଣସି ଧାର୍ମିକ ଯାତ୍ରାରେ ଯିବେ। ଜୀବନସାଥୀ ଆପଣଙ୍କୁ ବିଶେଷ ଉପହାର ଦେବେ। 
କର୍କଟ: ଭାଗୀଦାରଙ୍କ ସହିତ କୌଣସି ବ୍ୟାବସାୟିକ ଯୋଜନା ବନାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସାତ୍ତ୍ବିକ ଭୋଜନ କରନ୍ତୁ। 

ସିଂହ: କୌଣସି ମନ ଚାହୁଁଥିବା ଖବର ପାଇବେ। ଚାକିରିରେ ବଦଳିର ଯୋଗ ଅଛି। ବ୍ୟବସାୟରେ ଉତ୍‌ଥାନ ପତନର ସ୍ଥିତି ରହିବ। ସ୍ବାସ୍ଥ୍ୟକୁ ନେଇ ସଜାଗ ରହନ୍ତୁ। 

କନ୍ୟା: ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ମଜଭୁତ ହେବ। ପାରିବାରିକ ଜୀବନ ଖୁସିରେ ପରିପୂର୍ଣ୍ଣ ରହିବ। ବେପାରରେ ଆପଣଙ୍କର ସ୍ଥିତି ମଜଭୁତ ହେବ। 

ତୁଳା: ଆଧ୍ୟାତ୍ମିକ ଜିନିଷରେ ଆପଣଙ୍କର ରୁଚି ରହିବ। ପରିବାର ପ୍ରତି ନିଜର ଦାୟିତ୍ବ ନିର୍ବାହ କରିବେ। ସ୍ବାସ୍ଥ୍ୟର ପରୀକ୍ଷା କରାଇ ନିଅନ୍ତୁ। 

ବିଛା: କାର୍ଯ୍ୟକ୍ଷେତ୍ରରେ ନେତୃତ୍ବର କ୍ଷମତା ବଢ଼ିବ। ଜୀବନସାଥୀର ପୂର୍ଣ୍ଣ ସହଯୋଗ ପାଇବେ। ସନ୍ତାନ ସୁଖ ପ୍ରାପ୍ତିର ସମ୍ଭାବନା ଅଛି।

ଧନୁ: ଚାକିରିରେ ବେତନ ବୃଦ୍ଧି ସହ ବଦଳି ହେବେ। କୌଣସି ଗାଡ଼ି କିଣିବାର ଇଚ୍ଛା ପୂରା ହେବ। ଶତ୍ରୁ ପ୍ରତି ସାବଧାନ ରହନ୍ତୁ। 
ମକର: ନିକଟ ସଂପର୍କୀୟ ସହିତ ସମୟ କଟାଇବେ। କାରବାରରେ ସ୍ଥିତି ଅସ୍ଥିର ରହିବ। ଚାକିରି ଖୋଜୁଥିବା ଲୋକ ପରିଶ୍ରମ ଜାରି ରଖନ୍ତୁ। 

କୁମ୍ଭ: ଚାକିରିରେ ପଦୋନ୍ନତି ହାସଲ ପ୍ରୟାସରେ ସଫଳତା ପାଇବେ। ପ୍ରେମ ଜୀବନରେ ଅଶାନ୍ତି ଦୂର ହେବ। ଯୋଗ ଓ ବ୍ୟାୟାମ କରି ଭଲ ଅନୁଭବ କରିବେ। 

ମୀନ: ବେପାରରେ ଲାଭ ମିଳିବାର ଯୋଗ ଅଛି। ଚାକିରିରେ ଭାଗ୍ୟର ପୂରା ସମର୍ଥନ ପାଇବେ। ଛାତ୍ରଛାତ୍ରୀ କ୍ୟାରିଅର୍‌ରେ ପ୍ରଗତି କରିବାର ଯୋଗ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe