ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରରେ ସାମାନ୍ୟ ଲାଭ ହେବ। ନବବିବାହିତ ଦମ୍ପତି କୌଣସି କଥାକୁ ନେଇ ତର୍କବିତର୍କ କରିବେ। ଚାକିରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। 
ବୃଷ: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ପ୍ରୋଜେକ୍ଟ କାମରେ ଜୀନସାଥୀର ସହଯୋଗ ପାଇବେ। କିଛି ଏଭଳି ବିଚାର ଆସିପାରେ ଯାହା ଅଥ୍ୟନ୍ତ ସୃଜନାତ୍ମକ ହେବ। ବିଦ୍ୟାର୍ଥୀ ସଫଳତା ପାଇବେ। 
ମିଥୁନ: ଆପଣ ଘରର ବଡ଼ଙ୍କ ଠାରୁ ପ୍ରେରଣା ପାଇବେ। ପ୍ରତିଟି କାର୍ଯ୍ୟ ମନ ଲଗାଇ କଲେ ଲାଭ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ‌
କର୍କଟ: ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ। ଆପଣଙ୍କ ସୃଜନଶୀଳତାକୁ ଲୋକେ ପ୍ରଶଂସା କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ପୂରା ଦିନ ସୁସ୍ଥ ସବଳ ଅନୁଭବ କରିବେ। 
ସିଂହ: ପରିବାରର କୌଣସି କାମରେ ବ୍ୟସ୍ତ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ଝମେଲା ଠାରୁ ଦୂରରେ ରହି କୌଣସି ମନ୍ଦିର ବା ଧାର୍ମିକ ଅନୁଷ୍ଠାନରେ ସମୟ ବିତାଇବେ।

କନ୍ୟା: ମନରେ କୌଣସି ସଂଶୟ ରଖନ୍ତୁ ନାହିଁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅସହାୟଙ୍କୁ ଭୋଜନ କରାଇବା ଦ୍ବାରା ଆପଣଙ୍କୁ ଶାନ୍ତି ମିଳିବ। 
ତୁଳା: କାରବାର ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କ୍ୟାରିୟରରେ ଗୁରୁଜନର ମାର୍ଗ ଦର୍ଶନ ମିଳିବ। ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ପାଇଁ ଯୋଗର ରୁଟିନ ପ୍ରସ୍ତୁତ କରିବେ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।  

ବିଛା: ସଠିକ୍‌ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆସିବ। ମିଡିଆ କର୍ମୀମାନଙ୍କୁ ବଢ଼ିଆ ମଉକା ମିଳିବ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅବସର ପାଇବେ।  
ଧନୁ: ପରିବାରରେ ହର୍ଷ ଉଲ୍ଲାସର ପରିବେଶ ବଜାୟ ରହିବ। ଆପଣଙ୍କ କାର୍ଯ୍ୟକୌଶଳ ଦେଖି ଲୋକେ ପ୍ରଭାବିତ ହେବେ। କଳା କ୍ଷେତ୍ରରେ ଥିବା ଲୋକ କୌଣସି ଖୁସି ଖବର ପାଇବେ। 
ମକର: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ। ଆପଣ କୌଣସି କାମକୁ ନେଇ ଉତ୍ସାହିତ ରହିବେ।
କୁମ୍ଭ: କାମ ଓ ପରିବାର ସମ୍ବନ୍ଧ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ। କାମ ପୂରା କରିବାର ନୂଆ ପଦ୍ଧତି ଉପରେ ବିଚାର କରିବେ।
ମୀନ: ବେପାରରେ ଅଧୁରା ଯୋଜନା ପୂରା କରିବାରେ ବ୍ୟସ୍ତ ରହିବେ। ଘର ଲୋକ ଆପଣଙ୍କ କଥା ମାନି‌ବେ। କଳା ସାହିତ୍ୟ କ୍ଷେତ୍ରରେ ଅଧିକ ମନ ଲାଗିବ। ମହିଳାମାନେ ଫୋନରେ ଅଧିକ ସମୟ ବିତାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe