ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କର ଇଚ୍ଛା ପୂରା ହେବ। ପରିବାରରେ ସୁଖଦ ବାତାବରଣ ରହିବ। ବ୍ୟବସାୟ କାମରେ ବିଦେଶ ଯିବାର ଯୋଗ ଅଛି। ଗ୍ରାଫିକ୍‌ ଡିଜାଇନ୍‌ ଶିଖିବାର ମଉକା ପାଇବେ।
ବୃଷ: କାମ କରିବାର ଉପାୟରେ ପରିବର୍ତ୍ତନ କରିବେ। ବିଷମ ପରିସ୍ଥିତିରେ ବୁଝିସୁଝି କାମ କରନ୍ତୁ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଛାତଛାତ୍ରୀ କୌଣସି ଶୁଭ ଖବର ପାଇବେ। 
ମିଥୁନ: ବ୍ୟବସାୟରେ ସାବଧାନତାର ସହ କାମ କରିବା ଆବଶ୍ୟକ। ଛୋଟବଡ଼ ନିଷ୍ପତ୍ତି ନେବା ସମୟରେ ବି‌ଶେଷଜ୍ଞଙ୍କ ପରାମର୍ଶ ନେବା ଲାଭପ୍ରଦ ସାବ୍ୟସ୍ତ ହେବ। 
କର୍କଟ: କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର ରଖିଲେ ତାଙ୍କ କାମ କରିବା ଦକ୍ଷତା ବୃଦ୍ଧି ହେବ। ମହିଳା ନିଜ ବ୍ୟବସାୟରେ ଅଧିକ ସକ୍ରିୟ ରହିବେ। 

ସିଂହ: କିଛି ସମୟ ଧାର୍ମିକ ସ୍ଥାନରେ କଟାଇବେ। ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ବ୍ୟବସାୟରେ ଲାଭ ପାଇବେ। ପାଖଲୋକଙ୍କ ସହିତ ମଧୁର ଭାଷା ପ୍ରୟୋଗ କରନ୍ତୁ। 

କନ୍ୟା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ବିରୋଧୀ ସଂଖ୍ୟା ବୃଦ୍ଧି ହେବେ। ଅଟକିଥିବା କାମ ଆରମ୍ଭ ହେବ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବାରେ ସଫଳ ହେବେ।
ତୁଳା: ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। କୌଣସି କଥାରେ ନିଜର ପ୍ରତିକ୍ରିୟା ଶୀଘ୍ର ଦିଅନ୍ତୁ ନାହିଁ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। 
ବିଛା: ପୁରୁଣା ଭୁଲ୍ ଦୋହରାଇବାରୁ ନିବୃତ୍ତ ରହନ୍ତୁ। ଆପଣଙ୍କ ଜୀବନରେ ପ୍ରଗତି ହେବ। ନୂଆ ଦାୟିତ୍ବ ଲାଗି ନିଜକୁ ପ୍ରସ୍ତୁତ ରଖିବେ। ଜୀବନସାଥୀ ଖୁସିର କାରଣ ସାଜିବେ। 
ଧନୁ: ପାରିବାରିକ କାମ କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। 
ମକର: ପାଖଲୋକଙ୍କ ସହିତ ମତଭେଦ ଦୂର ହେବ। ନୂଆ ଲୋକଙ୍କ ସହିତ ମିଶି କିଛି ନୂଆ କଥା ଶିଖିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। 
କୁମ୍ଭ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବେପାର ନେଇ ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଫିସ କାମରେ ପ୍ରଶଂସା ମିଳିବ। ଖେଳାଳିମାନଙ୍କ ଲାଗି ଦିନଟି ଭଲ। 
ମୀନ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଜୀବନସାଥୀ ବହୁତ ପ୍ରଶଂସା କରିବେ। ପୈତୃକ ସଂପତ୍ତିରୁ ଲାଭ ମିଳିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀ ସଫଳତା ପାଇପାରନ୍ତି।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe