ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ବେପାରରେ ଲାଭ ହେବ। ପରିବାରରେ କୌଣସି କାମ ପାଇଁ ଅଧିକ ଯାଆସ କରିବେ। କୋର୍ଟ କଚେରି ମାମଲାରେ କୌଣସି ବରିଷ୍ଠଙ୍କ ସାହାଯ୍ୟ ନେବେ। ‌

ବୃଷ: ନିଜକୁ ଶକ୍ତି ଭରା ଅନୁଭବ କରିବେ। ଆପଣଙ୍କୁ ଆନନ୍ଦ ଅନୁଭୂତି ହେବ। ବ୍ୟବସାୟରେ ଲାଭ ପହଞ୍ଚାଇବା ଲୋକ ପାଇବେ। କାମରେ ଦୂରସ୍ଥାନକୁ ଯିବେ। ନୂଆ ଘର କିଣିବା ଲାଗି ଭାବିବେ।‌

ମିଥୁନ: ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ପ୍ରକାର ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ‌

କର୍କଟ: ନିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବୈବାହିକ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ଭବନ ନିର୍ମାଣ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶତ୍ରୁମାନେ ଦବି ରହିବେ। କ୍ୟାରିୟରରେ ସଫଳତା ହାସଲ ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।

କନ୍ୟା: ସାଜସରଞାମ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। କିଛି କାମରେ ଅଧିକ ସମୟ ଲାଗିବ। କୌଣସି ବ୍ୟକ୍ତିର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।

ତୁଳା: କେହି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆପଣଙ୍କ ଘରକୁ ଆସିବେ। ଅଧୁରା କାମ ପୂରା ହେବ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗୃହ ସଂପତ୍ତି କିଣିବା ଯୋଗ ଅଛି।

ବିଛା: ଆପଣଙ୍କୁ ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। କୌଣସି ବିଶେଷ କାର୍ଯ୍ୟ କରିବା ପାଇଁ ମନ ବନାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ଧନୁ: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ବନ୍ଧୁ ମାଧ୍ୟମରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହେବ। ଆର୍ଥିକ ରୂପେ ଆପଣଙ୍କୁ ଲାଭ ମିଳିବ। ବିବାହିତଙ୍କର ଦିନଟି ଭଲରେ ବିତିବ।

ମକର: ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କର ପ୍ରତ୍ୟେକ ଫଇସଲାରେ ସାଥ ଦେବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

କୁମ୍ଭ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। କ୍ୟାରିୟର ସହ ସଂଲଗ୍ନ କୌଣସି ସୁବର୍ଣ୍ଣ ସୁଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ମୀନ: ପରିବାର ଲୋକଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ କାମରେ ନୂତନତ୍ବ ଆସିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe