ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେ‌ଷ:-ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। ସରକାରୀ କାମରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

ବୃଷ:-ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ଆପଣଙ୍କର ସଚ୍ଚୋଟତା ଚାରିଆଡ଼େ ପ୍ରଶଂସା ହେବ। ‌ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

‌ମିଥୁନ:-ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।‌ 

କର୍କଟ:-ଆପଣ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାରେ ସମୟ ଲାଗିବ। ବନ୍ଧୁର ସାହାଯ୍ୟ ନେବାକୁ ପଡ଼ିପାରେ। ଗୃହିଣୀମାନେ ଘରେ କୌଣସି ନୂଆ ବ୍ୟଞନ ତିଆରି କରିବେ।

ସିଂହ:-କୌଣସି କ‌ାମ ତରବରିଆରେ ନକରି ଧୈର୍ଯ୍ୟ ଓ ସଂଯମରେ କରନ୍ତୁ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଇଂଜିନିୟର ଛାତ୍ରଙ୍କ ଲାଗି ଭଲ ଦିନଟିଏ।

କନ୍ୟା:-ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ଅଫିସରେ କତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ସମ୍ବନ୍ଧରେ ସୁଧାର ଆସିବ। ଯାନ ସାବଧାନତାର ସହ ଚଳାନ୍ତୁ।

ତୁଳା:-ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ସହଜରେ ପୂରା କରିପାରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।

ବିଛା:-ଜମିରେ ନିବେଶ ଲାଗି ଭଲ ଦିନଟିଏ। ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଜୀବନସାଥୀ ଠାରୁ କୌଣସି ଭଲ ଖବର ପାଇବେ। ଛୋଟ ଭଉଣୀର ଲେଖାପଢ଼ାରେ ସାହାଯ୍ୟ କରିବେ।

ଧନୁ:-ସମ୍ବନ୍ଧରେ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭରସାଯୋଗ୍ୟ ବନ୍ଧୁର ପରାମର୍ଶ କାମରେ ଆସିବ। ଚାକିରିଜୀବୀଙ୍କର ଆୟରେ ବୃଦ୍ଧି ହେବ।

ମକର:-ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ଅଧୁରା କାମ ସଂପୂର୍ଣ୍ଣ କରିପାରିବେ। ପରିବାରରେ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିବ। ଭୂସଂପତ୍ତି କିଣିବା ଯୋଗ ଅଛି।

କୁମ୍ଭ:-ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସମସ୍ତଙ୍କର ଇଚ୍ଛା ପୂରା କରିବାରେ ସଫଳ ହେବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମୀନ:-ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କ୍ରୟାନ୍ବିତ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଜସେବା ସଂସ୍ଥା ସହ ଯୋଡ଼ିବାର ଅବସର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe