ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେ‌ଷ:-ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇବେ। ଜୀବନସାଥୀ ଆପଣଙ୍କର ଦରକାରୀ ଜିନିଷ ଆଣିପାରନ୍ତି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ। ‌

ବୃଷ:-ରାଜନୀତି ଓ ସମାଜକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଆର୍ଥିକ ପକ୍ଷ ସ୍ବଚ୍ଛଳ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବନ୍ଧୁର ସମାରୋହରେ ଯୋଗ ଦେଇପାରନ୍ତି। ‌

ମିଥୁନ:-ପରିବାରରେ ଲାଗି ରହିଥିବା ଅଶାନ୍ତି ଜୀବନସାଥୀର ସାହାଯ୍ୟରେ ସମାଧାନ ହୋଇଯିବ। ଅଚାନକ କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି। ଅଫିସରେ ଆପଣଙ୍କ କାମକୁ କତୃପକ୍ଷ ପ୍ରଶଂସା କରିବେ।

କର୍କଟ:-ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ଅଫିସରେ କତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି।

ସିଂହ:-ମାଆ ସହିତ କୌଣସି ବନ୍ଧୁ ଘରକୁ ଯିବେ। ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇପାରନ୍ତି। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ଆପଣଙ୍କ ପିଲା ଆପଣଙ୍କୁ ଭଲ ଖବର ଦେଇ ପାରନ୍ତି।

କନ୍ୟା:-ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଆପଣ ନିଜର ଯୋଗ୍ୟତା ଓ ପ୍ରତିଷ୍ଠା ପାଇଁ ପ୍ରସିଦ୍ଧ ହେବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ।

ତୁଳା:-ଯାହା ବି ଚାହିଁବେ ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।

ବିଛା:-ଆପଣ କାହାରିକୁ ସାହାଯ୍ୟ କରିବେ। ବନ୍ଧୁର ସହଯୋଗ ମିଳିବା ଯୋଗୁଁ କାମ କରିବା ସହଜ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତାରେ କଟିବ।

ଧନୁ:-କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅଚାନକ ଧନଲାଭ ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ଅବସର ପାଇବେ।

ମକର:-ଦିନଟି ଆପଣଙ୍କ ଜୀବନରେ ନୂଆ ଦିଶା ନେଇ ଆସିବ। ନୂଆ ବେପ‌ାର ଲାଗି ପଦକ୍ଷେପ ନିଅନ୍ତୁ ଉନ୍ନତି ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଧୁର ହେବ।

କୁମ୍ଭ:-ବାପା ମାଆଙ୍କ ଆଶୀର୍ବାଦରେ ଅଧୁରା ଥିବାକାମ ପୂରା ହୋଇଯିବ। ଦୂରରେ ରହୁଥିବା ପରିବାର ଲୋକଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ଚାକିରି ଖୋଜୁଥିବା ଲୋକ ନିଜ ବନ୍ଧୁର ସାହାଯ୍ୟ ନେଇପାରନ୍ତି।

ମୀନ:-ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣ ବହୁ ଦନିର କଠିନ ପରିଶ୍ରମର ଫଳ ପାଇବେ। ଭଲ ଲୋକଙ୍କ ସଂଗତିରେ କିଛି ଶିକ୍ଷାଲାଭ କରିବେ। ବଡ଼ଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe