ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେ‌ଷ: ବେପାରରେ ଅଧିକ ଲାଭ ହେବ। ପାରିବାରିକ ଚିନ୍ତାରୁ ଆପଣଙ୍କୁ ମୁକ୍ତି ମିଳିବ। କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ କୌଣସି ବଡ଼ କଂପାନିରୁ କୋଲ୍ ଆସିବ। ‌

ବୃଷ: ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ନେବେ। କୌଣସି ମାମଲାରେ ବୁଦ୍ଧିମତ୍ତାରେ କାମ କରିବାକୁ ହେବ। ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଫାଇନାଲ ହେବ। ‌

ମିଥୁନ: ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ। ଆପଣଙ୍କର କିଛି କାର୍ଯ୍ୟରେ ଅଧିକ ସମୟ ଲାଗିବ। ଯାହା ପାଇଁ ଅଫିସରେ ଅଧିକ ସମୟ ରହିବେ। ‌

କର୍କଟ: ନିଜର କାମ ପୂରା କରିବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ପିଲାଙ୍କ ପଢ଼ିବା ଜିନିଷ କିଣିବା ଲାଗି ବଜାରକୁ ଯିବେ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ।

ସିଂହ: ପୂର୍ବ ନିବେଶରୁ ଆପଣଙ୍କୁ ଲାଭ ହେବ। ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ଟେକ୍ନୋଲୋଜି ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ଆପଣ ନିଜର ଦୁର୍ବଳତାକୁ ଜାଣି ସୁଧାରିବାକୁ ଚେଷ୍ଟା କରନ୍ତୁ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ କତୃପକ୍ଷ ଯାହା କହୁଛନ୍ତି ତାକୁ ଗମ୍ଭୀରତାରେ ଗ୍ରହଣ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ।

ତୁଳା: ଆପଣଙ୍କର ଆଧ୍ୟାତ୍ମିକତାରେ ଅଧିକ ମନ ଲାଗିବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ଦୋହାରଇବା ପାଇଁ ଏକାଗ୍ରତା ବଜାୟ ରଖନ୍ତୁ। ପ୍ରତ୍ୟେକ କାମ ଧୈର୍ଯ୍ୟ ଓ ବୁଦ୍ଧିମତ୍ତାରେ ପୂରା କରିବାକୁ ଚେଷ୍ଟା କରନ୍ତୁ।

ବିଛା: ବୁଲାବୁଲିରେ ଅଧିକ ସମୟ ବିତାଇବେ। ବ୍ୟବସାୟରେ ଆଶାଠୁ ଅଧିକ ଧନଲାଭ ହେବ। ପରିବାର ଲୋକ ଆପଣଙ୍କୁ ଭଲ ମତ ଦେବେ। ଚାକିରି ବଦଳାଇବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ଧନୁ: ପୂରା ଧ୍ୟାନ କାମରେ ସୁଧାର କରିବାର ରହିବ। ନୂଆ କାମ କରିବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ। ମାମୁଲି କଥାରେ କାହାରିକୁ ଆକ୍ରମଣ କରନ୍ତୁ ନାହିଁ। ଜମି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ।  

ମକର: ଟଙ୍କାପଇସା ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ। ନିକଟ ସଂପର୍କିୟଙ୍କ ଠାରୁ କୌଣସି ଲାଭକାରୀ ପରାମର୍ଶ ପାଇବେ। ଆପଣଙ୍କ ଦ୍ବାରା କାମ କତୃପକ୍ଷଙ୍କୁ ଖୁସି କରାଇବ। ପ୍ରେମ ସମ୍ବନ୍ଧ ମଧୁର ହେବ।

କୁମ୍ଭ: ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ନବ ବିବାହିତ ଦମ୍ପତ୍ତି ଜଣେ ଅନ୍ୟଜଣଙ୍କୁ ଭଲଭାବେ ବୁଝିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିପାରେ।

ମୀନ: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ପରିବାର ଲୋକଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅର୍ଥ ସଂପର୍କରେ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଛାତ୍ରୀଙ୍କ ଲାଗି ଦିନଟି ଭଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe