Advertisment

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଯେଉଁ କାମ କରିବାକୁ ଭାବିଛନ୍ତି ତାହା ପୂରା ହୋଇଯିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ‌ ‌

ବୃଷ: ଆପଣଙ୍କର ମନୋବଳ ଉଚ୍ଚା ରହିବ। ଅନ୍ୟମାନଙ୍କ ସହ କଥା କହିବାବେଳେ ଭାଷା ଠିକ୍ ରଖନ୍ତୁ। ବ୍ୟବସାୟରେ ପୁଞି ଲଗାଇ ପାରନ୍ତି। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।‌

ମିଥୁନ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ‌

କର୍କଟ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବିଲଡ଼ର୍ସଙ୍କୁ ଧନଲାଭ ହେବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ‌

ସିଂହ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ।

କନ୍ୟା: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ କାମରେ ଗତିରୋଧ ହେବ। ଆଶା କରୁଥିବା ଦିଗରୁ ପଇସା ପାଇବେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି।

ତୁଳା: ମନରେ ସକାରାତ୍ମକ ବିଚାର ଆସିବ। ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ।

ବିଛା: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ଅଫିସରେ ଅଧିକ ସମୟ କାମ କଲେ ଅଧୁରା ପୂରା ହୋଇଯିବ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଧନୁ: ଆପଣଙ୍କ ପିଲା ଆପଣଙ୍କ ବେପାରରେ ପୂରା ସହଯୋଗ କରିବେ। ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ରାଜନୀତିରେ ସଫଳତା ପାଇବେ।

ମକର: ଧର୍ମକାର୍ଯ୍ୟରେ ମନ ଲାଗିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଆପଣଙ୍କ ମନ ଅନ୍ତରଙ୍ଗବନ୍ଧୁ ସହ ମିଶିବାକୁ ଚାହିଁବ। ଚାକିରିଜୀବୀଙ୍କର ପଦୋନ୍ନତି ହୋଇପାରେ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

ମୀନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ବି କାମ ତରବରିଆ କରନ୍ତୁ ନାହିଁ। ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଯାନ ସାବଧାନତାର ସହ ଚଳାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe