Advertisment

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଫିସରେ ସହକର୍ମୀ ଆପଣଙ୍କ ଠାରୁ କିଛି ଶିଖିବାକୁ ଚାହିଁବେ। ବେକାରଙ୍କୁ ରୋଜଗ‌ୋର ମିଳିପାରେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ। ଛାତ୍ର କଂପ୍ୟୁଟର ପାଠ୍ୟକ୍ରମ ଶିଖିବାକୁ ମନସ୍ଥ କରିବେ।‌

ବୃଷ: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ ହେବା ଯୋଗୁଁ ପରିବାର ଲୋକଙ୍କ ସହିତ ଘରେ ସମାରୋହ କରିବେ। ଚାକିରିଜୀବୀ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ‌

ମିଥୁନ: ଦିନଟି ସମାଜରେ ମାନ ସମ୍ମାନ ଆଣିଦେବ। ଅନଲାଇନିରେ ବେପାର କରିବା ଲାଗି ଯୋଜନା କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଉପରେ ଭରସା ବନାଇ ରଖନ୍ତୁ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ଦିନଟି ଆପଣଙ୍କ ଲାଗି ବହୁତ ସକ୍ରିୟ ରହିବ। ଘର କାମରେ ପରିଜନଙ୍କର ସହଯୋଗ ପାଇବେ। ବନ୍ଧୁ ସହିତ ଯିବାକୁ ଥିବା ଭ୍ରମଣର ଯୋଜନା ବାତିଲ ହେବ। ଦୋକାନଦାରଙ୍କ ଲାଗି ଦିନଟି ଭଲ।  

ସିଂହ: ଦିନଟି ଭଲ ରହିବ। ଆପଣଙ୍କ କାମରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ଚାକିରିରେ ପଦୋନ୍ନତି ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାଜନୀତିରେ ସଫଳତା ପାଇବେ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। କାଷ୍ଠ ତିଆରି ଜିନିଷ କିଣିବା ଲାଗି ଦିନଟି ଶୁଭ। ଭାଗୀଦାରି ସହିତ ବସି ବେପାର ବଢ଼ାଇବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ତୁଳା: ମନପ୍ରାଣ ଢ଼ାଳି କରିଆସୁଥିବା କାମରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କୁ ନୂଆ‌ା ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ। ବଡ଼ଙ୍କ ସହଯୋଗ ଆପଣଙ୍କ କ୍ୟାରିୟରକୁ ଆଗକୁ ବଢ଼ାଇବ। ‌

ବିଛା: ଆପଣ ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଦାୟିତ୍ବ ମିଳିବ। ଶିକ୍ଷକଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ଧନୁ: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। କୌଣସି ନିଷ୍ପତ୍ତି ନେବାରେ ମୁସ୍କିଲ ହେବ। କୌଣସି କାମରେ ଅନୁମାନଠୁ ଅଧିକ ଲାଭ ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। ଭାବୁକତାରେ ଆସି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଭାଗୀଦାରିରେ କୌଣସି ସଉଦା କରିବା ଆପଣଙ୍କ ଲାଗି ଲାଭଦାୟକ ରହିବ।

କୁମ୍ଭ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। କୌଣସି ସାମାଜିକ ସମାରୋହକୁ ଯିବାର ମଉକା ପାଇବେ। ଅଫିସରେ କାମକୁ ନେଇ କତୃପକ୍ଷ ପ୍ରଶଂସା କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ।

ମୀନ: ପିଲାଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। କୌଣସି ସୃଜନଶୀଳ କାର୍ଯ୍ୟରେ ଆପଣଙ୍କର ପ୍ରଶଂସା ହେବ। ଫିଲ୍ମ ଜଗତରେ ଲୋକଙ୍କୁ ବଡ଼ ପ୍ରୋଜେକ୍ଟ ମିଳିବ। ଘରେ ଖୁସିର ମାହୋଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe