ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

କ୍ୟାରିୟରରେ ସଫଳତା ହାସଲ ହେବ। କୃଷକ ନିଜ ଶସ୍ୟର ଭଲ ଲାଭ ପାଇବେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ପାଇବେ।

horoscopeqw

ମେ‌ଷ: କିଣା ବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଠାରୁ କୌଣସି ମାମଲାରେ କେହି ପରାମର୍ଶ ନେଇ ପାରନ୍ତି। ପାରିବାରିକ ଜୀବନ ଉତ୍ସବମୁଖର ହେବ।

ବୃଷ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା ନକଲେ ଭଲ ହେବ। ଧନ୍ଦାମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ର କିଛି ନୂଆ ଶିଖିବେ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।

ମିଥୁନ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତ୍ୟଧିକ ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ତିଆରି କରିବେ। ଜୀବନସାଥୀର ଭାବନାକୁ ବୁଝିବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ।

କର୍କଟ: ସଠିକ୍ ଯୋଜନା କ୍ୟାରିୟରରେ ପରିବର୍ତ୍ତନ ଆଣିବ। ଲୋକମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ।

ସିଂହ: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ବନ୍ଧୁଙ୍କୁ କୌଣସି ସମସ୍ୟା କହିବେ। ଗ୍ରାଫିକ ଡ଼ିଜାଇନିଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଦରମା ବୃଦ୍ଧିର ଖବର ପାଇବେ।

କନ୍ୟା: ବାପା ମାଆଙ୍କ ସହ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।

ତୁଳା: କୌଣସି ବାକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପ୍ରିୟଜନଙ୍କ ସହ ରାତ୍ରିଭୋଜନର ଯୋଜନା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା: କୌଣସି ଭଲ ଖବର ପାଇବେ। ଜୀବନସାଥୀର ସହଯୋଗ ପାଇବେ। ଆପଣ ପରିଶ୍ରମ ଅନୁସାରେ ଲାଭ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ।

ଧନୁ: ପାରିବାରି ଜୀବନ ସୁଖକର ହେବ। ସାମାଜିକ ସ୍ତରରେ ଆପଣଙ୍କର ଲୋକ ପ୍ରିୟତା ବଢ଼ିବ। ଘରର ଆର୍ଥିକ ସମସ୍ୟାର ସମାଧାନ ହେବ। ‌ବେକାରଙ୍କୁ ରୋଜଗାରର ମଉକା ମିଳିବ।

ମକର: କ୍ୟାରିୟରରେ ଭଲ ପରିଣାମ ମିଳିବା ଯୋଗ ଅଛି। ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କୁମ୍ଭ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଧନ ବୃଦ୍ଧି ହେବାର ସମ୍ଭାବନା। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। କୌଣସି ବନ୍ଧୁ ଠାରୁ ଭଲ ଖବର ପାଇବେ।

ମୀନ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ବିଦ୍ୟାର୍ଥୀଙ୍କୁ ନିଜର ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe