ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

କ୍ୟାରିୟରରେ ସଫଳତା ହାସଲ ହେବ। କୃଷକ ନିଜ ଶସ୍ୟର ଭଲ ଲାଭ ପାଇବେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ପାଇବେ।

କ୍ୟାରିୟରରେ ସଫଳତା ହାସଲ ହେବ। କୃଷକ ନିଜ ଶସ୍ୟର ଭଲ ଲାଭ ପାଇବେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଜୀବନସାଥୀଙ୍କୁ ଉପହାର ଦେବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ପାଇବେ।

horoscoperty

ମେଷ: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି ବହୁତ ଭଲ।

ବୃଷ: ପୂର୍ବରୁ କରିଥିବା ଯୋଜନା ଲାଭଦାୟକ ହେବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।

ମିଥୁନ: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ।

କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ଆପଣଙ୍କର ସବୁ ବିଚାର ସ୍ପ‌ଷ୍ଟଭାବେ ବ୍ୟକ୍ତ କରିପାରନ୍ତି। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।

ସିଂହ: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। କୌଣସି ଅସହାୟଙ୍କୁ ସହାୟତା ପାଇଁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ଯୋଗ ଅଛି।

କନ୍ୟା: ଆପଣ କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଜାୟ ରହିବ। କାମ କରିବା ପାଇଁ ନୂଆ କୌଶଳ ଉପରେ ବିଚାର କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ।

ତୁଳା: କୌଣସି ଧର୍ମାନୁଷ୍ଠାନକୁ ଯିବେ। ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ କୌଣସି ବଡ଼ ପ୍ରୋଜେକ୍ଟ ମିଳିବ।

ବିଛା: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପଇସା ସହ ଜଡ଼ିତ ସମସ୍ୟା ସମାଧାନ ହୋଇଯିବ।

ଧନୁ: ଅଫିସ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧକୁ ମଜଭୁତ କରିବ ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବକୁ ନିର୍ବାହ କରିବାରେ ସକ୍ଷମ ହେବେ।

ମକର: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଉଦ୍ୟୋଗରେ ଡ଼ାକରା ଆସିବ।

କୁମ୍ଭ: ଆପଣଙ୍କ ଠାରୁ କେହି ପରାମର୍ଶ ନେଇପାରନ୍ତି। ବାପା ମାଆଙ୍କ ପରାମର୍ଶ ଲାଭପ୍ରଦ ହେବ। ବ୍ୟବସାୟୀଙ୍କୁ ନୂଆ ଅନୁଭବ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ବାପା ମାଆଙ୍କ ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ବୈବାହିକ ଜୀବନ ସୁଖମୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe