ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

ମେଷ: ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଜାଗାରେ ଚାକିରି ମଳବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ‌

ବୃଷ: ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି କରିବେ। ବ୍ୟବସାୟ ଆରମ୍ଭ କରିବା ଲାଗି ନୂଆ ଯୋଜନା ସଫଳ ରହିବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।

ମିଥୁନ: କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ। ‌

କର୍କଟ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ପୂର୍ବ ଦାୟିତ୍ବକୁ ସଂପୂର୍ଣ୍ଣ କରିପାରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

ସିଂହ: ପରିସ୍ଥିତି ଏଭଳି ହେବଯେ ପୂର୍ବ ଜିନିଷକୁ ଆପଣଙ୍କ ଆଗରେ ଆଣି ଛିଡ଼ା କରିଦେବ। ଆପଣଙ୍କ ଚିନ୍ତା ବଢ଼ିପାରେ। ବ୍ୟବସାୟ  ଡ଼ିଲ୍ ଫାଇନାଲ କରିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କନ୍ୟା: ଆର୍ଥିକ ସ୍ଥିତିରେ ଉଢ଼ାଣ ଗଢ଼ାଣ ଲାଗି ରହିବ। କୌଣସି ସମାଧାନ କରିବା ପୂର୍ବରୁ ବୁଝିସୁଝି କରନ୍ତୁ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ। ‌

ତୁଳା: ନକାରାତ୍ମକ ଚିନ୍ତା ଆପଣଙ୍କ ମସ୍ତିଷ୍କରେ ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭର ସମ୍ଭାବନା। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ। ‌

ବିଛା: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶତ୍ରୁ ଆପଣଙ୍କ ଆଗରେ ନତ ମସ୍ତକ ହେବେ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

ଧନୁ: ମହତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ହେବ। ନୂଆ ବିଚାରକୁ ଖୋଲା ମନରେ ସ୍ବୀକାର କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ‌ବସ୍ତ୍ର ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।  

ମକର: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଉଦର ଜନିତ ପୀଡ଼ାରୁ ଆରାମ ପାଇବେ। ଜମି ଦଲାଲ ବକେୟା ଅର୍ଥ ପାଇବେ। ଘରକୁ ବନ୍ଧୁ ଆସିବେ। ‌କାର ଚଳାଇବା ଶିଖି ପାରନ୍ତି। ‌

କୁମ୍ଭ: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଉତ୍ତମ ସମୟ। ଧନପ୍ରାପ୍ତି ଯୋଗ ରହିଛି। ‌‌

ମୀନ: ଆପଣ ଯାହା ଚାହିଁବେ ତାହା ହାସଲ କରିପାରିବେ। ପାରିବାରିକ ଜୀବନ ସୁଖକର ହେବ। ବ୍ୟବସାୟରେ ସ୍ଥିରତା ବଜାୟ ରହିବ। ରାଜନୀତି ଓ ସମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe