ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସଫ୍‌ଟ‌େୱର ଇଂଜିନିଅର ଛାତ୍ର ନିଜର କନିଷ୍ଠ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ। ‌

ବୃଷ: କୌଣସି ସରକାରୀ ଅଧିକାରୀ ଆପଣଙ୍କ ଜମି ବିବାଦର ସମାଧାନ କରିବା ପାଇଁ ସାହାଯ୍ୟ କରିବେ। କୌଣସି ନୂଆ କାମ ଭାଇଙ୍କ ଦ୍ବାରା କରିବେ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ।

ମିଥୁନ: ବନ୍ଧୁ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରିବେ। ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସରେ କୌଣସି କାମକୁ ନେଇ ବ୍ୟସ୍ତ ରହିବେ। ‌

କର୍କଟ: ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ଜୀବନସାଥୀ ସହ ଭଲ ତାଳମେଳ ବଜାୟ ରହିବ। ‌

ସିଂହ: ଆତ୍ମବିଶ୍ବାସ ଭଲ ରହିବ। କୌଣସି ଜରୁରି କାମରେ ସଫଳତା ପାଇବେ। ଅଫିସରେ କାମ ତରବରିଆରେ କଲେ ହାନି ହୋଇପାରେ। ଅର୍ଥ ବିଷୟରେ ସତର୍କ ରହନ୍ତୁ। ‌

କନ୍ୟା: ଟଙ୍କାପଇସା ବିଷୟରେ ଆପଣ ଉନ୍ନତି ମାର୍ଗର ଯିବେ। ପିଲାଙ୍କ ସଫଳତାରେ ନିଜକୁ ଗୌରବାନ୍ବିତ ଅନୁଭବ କରିବେ। ଜୀବନସାଥୀ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।  ‌

ତୁଳା: ଆପଣଙ୍କର ଚିନ୍ତା କମ୍ ହେବ। ବଢ଼ିଆ ପରିଣାମ ପାଇବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତି ସଂପର୍କିତ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ‌

ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କୌଣସି ସମାରୋହକୁ ଯିବାର ସୁଯୋଗ ପାଇବେ। ନୂଆ ବ୍ୟବସାୟ କରିବା ପାଇଁ ଭାବି ପାରନ୍ତି।

ଧନୁ: ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ଧନଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ପାଇବେ।

ମକର: ଆପଣଙ୍କର ଦିନଚର୍ଯ୍ୟା ଭଲ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ। ରାଜନୀତିରେ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନ ସମ୍ମାନ ପାଇବେ।

କୁମ୍ଭ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିଅର କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ।

ମୀନ: ଦିନଟି ଲାଭଦାୟକ ରହିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe