ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasi

ମେଷ: ଜୀବନସାଥୀଙ୍କ ପାଇଁ ଭଲ ଉପହାର କିଣିବେ। ଅନୁଭବୀ ଲୋକଙ୍କ ପରାମର୍ଶରେ ବେପାର ଆଗକୁ ବଢ଼ାଇନେବାରେ ସଫଳ ହେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମରେ ସଫଳତା ପାଇବେ।‌
ବୃଷ: ଧନଲାଭ ସହିତ ଖର୍ଚ୍ଚ ବଢ଼ିବ। ସଂଯମ ବଳରେ ଅଶାନ୍ତିରୁ ବାହାରି ଆସିବେ। ବ୍ୟାବସାୟିକ ଚୁକ୍ତି ଫାଇନାଲ ହେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 
ମିଥୁନ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ନିଜର ଜ୍ଞାନ ଖଟାଇ ଅଧିକ କାମ ପୂରା କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ମତାନ୍ତର ହେବ।‌
କର୍କଟ: ପରିବାର ସହିତ ଭଲ ସମୟ କାଟିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବେପାରୀଙ୍କ ଲାଗି ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ‌
ସିଂହ: ଆପଣଙ୍କର ସୃଜନଶୀଳତା ବୃଦ୍ଧି ହେବ। ଶୁଭ କାର୍ଯ୍ୟରେ ଖର୍ଚ୍ଚ କରିବେ। ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବ। ପୁରୁଣା ନିବେଶରୁ ଲାଭ ପାଇବେ।

କନ୍ୟା: ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଜୀବନସାଥୀଙ୍କ ସହିତ ଜିନିଷ କିଣିବାକୁ ଯିବେ। କାର୍ଯ୍ୟକ୍ଷେତ୍ର ଓ ଘର ମଧ୍ୟରେ ଭାରସାମ୍ୟ ବଜାୟ ରଖିବାକୁ ଚେଷ୍ଟା କରିବେ। 
ତୁଳା: ଆପଣ ନିଜକୁ ସୁସ୍ଥ ଓ ଉତ୍ସାହିତ ଅନୁଭବ କରିବେ। ଚାକିରି ମିଳିବାର ସମ୍ଭାବନା ଅଛି। ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରିନିଅନ୍ତୁ। 

ବିଛା: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ତାଳମେଳ ବଜାୟ ରଖନ୍ତୁ, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। 
ଧନୁ: ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କ କର୍ମଦକ୍ଷତାରେ ଉତ୍ତମ ଫଳ ପାଇବେ। କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। 
ମକର: ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆର୍ଥିକ ମାମଲାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଅଧୁରା କାମ ପୂରା କରିବା ପାଇଁ ଠିକ୍ ସମୟ। 
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ଉପଲବ୍‌ଧି ମିଳିବ। ନୂଆ କାମ କରିବା ପୂର୍ବରୁ ବନ୍ଧୁର ପରାମର୍ଶ ନେବେ। ଭାଗୀଦାରି ବେପାରୀଙ୍କୁ ଦିନଟି ଲାଭ ଦେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।
ମୀନ: ସହକର୍ମୀଙ୍କ ସହଯୋଗରେ କାମକୁ ଭଲଭାବେ ସଂପୂର୍ଣ୍ଣ କରିବେ। ଝିଅର ଉନ୍ନତିରେ ଘରୋଇ ପରିବେଶ ଉତ୍ସବମୁଖର ରହିବ। ଶିକ୍ଷକଙ୍କୁ ଭଲ ଅବସର ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe