ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasi

ମେଷ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। କୌଣସି ବନ୍ଧୁ ଠାରୁ ଭଲ ଖବର ପାଇବେ। 

ବୃଷ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆତ୍ମବିଶ୍ବାସ ବଳରେ ବହୁତ କିଛି କରିପାରିବେ। ବିଦ୍ୟାର୍ଥୀଙ୍କୁ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ‌

ମିଥୁନ: କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଠାରୁ କୌଣସି ମାମଲାରେ କେହି ପରାମର୍ଶ ନେଇ ପାରନ୍ତି। ପାରିବାରିକ ଜୀବନ ଉତ୍ସବମୁଖର ହେବ। 

କର୍କଟ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା ନକଲେ ଭଲ ହେବ। ଧନ୍ଦାମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ର କିଛି ନୂଆ ଶିଖିବେ। 

ସିଂହ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ଭାବନାକୁ ବୁଝିବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ। 

କନ୍ୟା: ସଠିକ୍‌ ଯୋଜନା କ୍ୟାରିଅରରେ ପରିବର୍ତ୍ତନ ଆଣିବ। ଲୋକଙ୍କ ପ୍ରତି ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଚାକିରିଆଙ୍କ ଲାଗି ଦିନଟି ଭଲ। 

ତୁଳା: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ବନ୍ଧୁଙ୍କୁ କୌଣସି ସମସ୍ୟା କହିବେ। ଗ୍ରାଫିକ ଡିଜାଇନରଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଦରମା ବୃଦ୍ଧିର ଖବର ପାଇବେ। ‌

ବିଛା: ବାପାମାଆଙ୍କ ସହ ବୁଲିଯିବାର ଯୋଜନା କରିବେ। ଆପଣଙ୍କର ନୂଆ କୌଶଳ ବ୍ୟବସାୟକୁ ଆଗକୁ ବଢ଼ାଇବ। ବନ୍ଧୁ ସହ ସିନେମା ଦେଖିବେ।

ଧନୁ: ବାକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପ୍ରିୟଜନଙ୍କ ସହ ରାତ୍ରିଭୋଜନର ଯୋଜନା କରିବେ।

ମକର: କୌଣସି ଭଲ ଖବର ପାଇବେ। ଜୀବନସାଥୀର ସହଯୋଗ ମିଳିବ। ଆପଣ ପରିଶ୍ରମ ଅନୁସାରେ ଲାଭ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। 

କୁମ୍ଭ: ପାରିବାରିକ ଜୀବନ ସୁଖକର ହେବ। ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଘରର ଆର୍ଥିକ ସମସ୍ୟାର ସମାଧାନ ହେବ। ‌ବେକାରଙ୍କୁ ରୋଜଗାରର ମଉକା ମିଳିବ।

 ମୀନ: କ୍ୟାରିଅରରେ ଭଲ ପରିଣାମ ମିଳିବାର ଯୋଗ ଅଛି। ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe