ଜାଣନ୍ତୁ ଆଜିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆଜିର ରାଶିଫଳ

‌ମେଷ: ବ୍ୟବସାୟରେ ଆପଣଙ୍କ ସହିତ କିଛି ଭଲ ହୋଇପାରେ। ଆପଣଙ୍କୁ ଯଥେଷ୍ଟ ଧନଲାଭ ହୋଇପାରେ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଛାତ୍ର ଲାଗି ଦିନଟି ଭଲ।

ବୃଷ: ନିଜକୁ ସକାରାତ୍ମକ ଶକ୍ତିରେ ଭରା ଅନୁଭବ କରିବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ସୃଷ୍ଟି ହେବ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ମିଥୁନ: କାମକୁ ନୂଆ ଉପାୟରେ କରିବାକୁ ଚେଷ୍ଟା କରିବେ। ଅଫିସରେ ଅଧୁରା ଥିବା କାମ ପୂରା କରିବାରେ ସଫଳ ହେବେ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ରାତିରେ ନିଦ ଭଲ ହେବ।

କର୍କଟ: ଆୟ ରାସ୍ତାରେ ବାଧା ଦୂର ହେବାର ଯୋଗ ଅଛି। ବଡ଼ ଭାଇ ଭଉଣୀର ପୂରା ସହଯୋଗ ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ।

ସିଂହ: ଦିନଟି ବ୍ୟସ୍ତତାରେ କଟିବ। କୌଣସି ସହକର୍ମୀଙ୍କ ସହଯୋଗ ପାଇବେ। ପରିବାରରେ ମିଳିଥିବା ଦାୟିତ୍ବ ପୂରା କରିବେ। କୌଣସି କାମର ଜୀବନସାଥୀର ପରାମର୍ଶ ଫଳପ୍ରଦ ହେବ।

କନ୍ୟା: କାମକୁ ପୂରା କରିବା ପାଇଁ ପୂରା ଶକ୍ତି ଲଗାଇବାକୁ ହେବ। ଆୟର ନୂଆ ଉତ୍ସ ପାଇବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର କୌଣସି ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ।

ତୁଳା: ଆପଣଙ୍କ ନୂଆ ଯୋଜନାରେ ବରିଷ୍ଠ ଖୁସି ହେବେ। ଆପଣଙ୍କୁ ଆମଦାନିର ନୂଆ ଉତ୍ସ ମିଳିବ। ଜୀବନସାଥୀ ସହ ବାହାରକୁ ବୁଲି ଯାଇପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।  

ବିଛା: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ରାଜନୀତିକ ଲୋକ କୌଣସି ସମାରୋହକୁ ଯିବେ। ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା କଳାକାରଙ୍କୁ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।

ଧନୁ: ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଅଚାନକ ଧନଲାଭ ଯୋଗ ଅଛି। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: ସାରା ଦିନ ସକ୍ରିୟ ରହିବେ ଓ ଲୋକମାନଙ୍କ ସହିତ ମିଳାମିଶା ବଢ଼ିବ। କଚେରି ମାମଲାରେ ଆରାମ ପାଇବେ। ଜୀବନସାଥୀ ଆପଣଙ୍କୁ କୌଣସି ଉପହାର ଦେବେ। ଶାରୀରିକ ରୂପେ ସୁସ୍ଥ ରହିବେ।

କୁମ୍ଭ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କାହାରି ସହିତ କଥା ହେବାବେଳେ ମିଠା ଭାଷା ପ୍ରୟୋଗ କରନ୍ତୁ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।  

ମୀନ: ଆପଣଙ୍କର ବିଶ୍ବାସ ନିଜ ଉପରେ ବଜାୟ ରହିବ। ଦୀର୍ଘ ଦିନର ଅଧୁରା ଥିବା କାମ ପୂରା ହେବ। ପର୍ଯ୍ୟାପ୍ତ ଧନ ମିଳିବାର ଯୋଗ ଅଛି। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ନୂଆ ଜିନିଷ କିଣି ପାରନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe