ଜାଣନ୍ତୁ ଆଜିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରହିବ। କିଛି ଗୁରୁତ୍ବପୂର୍ଣ୍ଣ ଘରୋଇ କାମ ପୂରା ହେବ। ଉଦ୍ଦେଶ୍ୟ ପ୍ରାପ୍ତ କରିବା ଲାଗି ସାହାଯ୍ୟ ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ବଜାୟ ରଖନ୍ତୁ। ‌
ବୃଷ: ଯୋଜନା ପ୍ରସ୍ତୁତି ପାଇଁ ଭଲ ଦିନଟିଏ। ବେପାରରେ ଯଥେଷ୍ଟ ଲାଭ ପାଇବେ। ନିଜ ଦାୟିତ୍ବ ଉପରେ ଆପଣଙ୍କ ଧ୍ୟାନ ରଖନ୍ତୁ। ଅନ୍ୟ ସହିତ ଖୋଲା ମନରେ କଥା ହେବେ। ‌
ମିଥୁନ: ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବାର ଯୋଗ ରହିଛି। ଜୀବନସାଥୀର ପ୍ରେମ ଓ ସହଯୋଗ ପାଇବେ। ନିଜର କାମ ସାବଧାନତାର ସହ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ। ‌
କର୍କଟ: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି। ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବା ପାଇଁ ଉପହାର ଦେଇପାରନ୍ତି। 

ସିଂହ: ବେପାରରେ ପରିବାରର ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ଭାଷ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।  
କନ୍ୟା: ଘର ଓ ଅଫିସ ଦୁନିଆରୁ ବାହାରି ପ୍ରକୃତିର ଆନନ୍ଦ ନିଅନ୍ତୁ। ଆତ୍ମବିଶ୍ବାସ ଆପଣଙ୍କ ସଫଳତାର ଚାବିକାଠି ହେବ। ସନ୍ତାନର ସଫଳତାକୁ ନେଇ ଗର୍ବ ଅନୁଭବ କରିବେ। 

ତୁଳା: ଆପଣଙ୍କ ଯୋଜନାରେ ପରିବର୍ତ୍ତନ ହୋଇପାରେ। ଆର୍ଥିକ ଲାଭ ହେବା ଯୋଗୁଁ କରଜ ପରିଶୋଧ କରିବେ। ପରିବାର ଲୋକଙ୍କ ସହିତ ବନ୍ଧୁ ଘରକୁ ଯିବେ। 
ବିଛା: ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ। ଅଫିସରେ ଉଚ୍ଚ ଅଧିକାରୀଙ୍କର ସହଯୋଗ ପାଇବେ। ଅଚାନକ ପୁରୁଣା ବନ୍ଧୁର ଫୋନ ଆସିବ। 
ଧନୁ: ଆପଣ କୌଣସି ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବାପାଙ୍କର ସହଯୋଗ ମିଳିବା ଯୋଗୁଁ ବ୍ୟବସାୟ କାମ ସହଜ ହେବ। 
ମକର: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଅସଂପୂର୍ଣ୍ଣ କାମ ପୂରା କରିପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। 
କୁମ୍ଭ: ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ପାରିବାରିକ ମାମଲା ଜୀବନସାଥୀ ସହ ବସି ବିଚାର କରିବେ। ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହୋଇପାରେ। 
ମୀନ: ଭାଗୀଦାରି ବେପାରରେ ଲାଭ ପାଇବେ। ସନ୍ତାନର କ୍ୟାରିଅର୍‌କୁ ନେଇ ମନରେ ଚିନ୍ତା ରହିବ। ନୂଆ ଲୋକଙ୍କ ସହିତ ଯୋଡ଼ିବାର ସୁଯୋଗ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe