Horoscope 2025 December 19: ଜାଣନ୍ତୁ ଆଜିର ରାଶିଫଳ

Advertisment

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଦୂରରେ ଥିବା ଭାଇ ଭଉଣୀଙ୍କ ସହିତ ଫୋନରେ କଥା ହେବେ। ଅଫିସ କାମରେ ବାଧା ଦୂର ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। 

ବୃଷ: ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସଂପୂର୍ଣ୍ଣରୂପେ ସମାପ୍ତ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭ ହେବ। 

ମିଥୁନ: କାମ ମାମଲାରେ ଆପଣ ବହୁତ ବ୍ୟବହାରିକ ରହିବେ। ଆପଣଙ୍କର ମିଠାବାଣୀ ଆପଣଙ୍କ କାମ ପୂରା କରିବାରେ ସାହାଯ୍ୟ କରିବ। ବକେୟା ଅର୍ଥ ପାଇବେ। ପରିବାର ଲୋକଙ୍କ ସହ ଭଲ ସାମଞସ୍ୟ ରହିବ। ‌ 

କର୍କଟ: ଅନ୍ୟର ପ୍ରେରଣା ନେଇ କାମ କରିବା ଦରକାର। କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ। ବାପା ମାଆଙ୍କ ସହିତ ସମୟ ଅତିବାହିତ କରିବା ଦରକାର। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। 

ସିଂହ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ। ରାଜନୀତିରେ ସଫଳତା ପାଇବେ। 

କନ୍ୟା: ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସି ଭରା ରହିବ। 

ଲୋକମାନଙ୍କ ଭରସା ଆପଣଙ୍କ ଉପରେ ରହିବ।

ତୁଳା: ଲୋକମାନଙ୍କ ଭରସା ଆପଣଙ୍କ ଉପରେ ରହିବ। ଆପଣଙ୍କର ସଚ୍ଚୋଟତାରେ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। କର୍ମଜୀବୀ ମହିଳା ନୂଆ ପ୍ରୋଜେକ୍ଟରେ କାମ କରିବେ। 

ବିଛା: ସୋସିଆଲ ମଡ଼ିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପୂର୍ବରୁ କରିଥିବା କାମରେ ଦିଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ ଆପଣଙ୍କର କୌଣସି ପ୍ରୋଜେକ୍ଟ ପୂରା ହେବ। 

ଧନୁ: ଆପଣଙ୍କର କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। କୌଣସି ବନ୍ଧୁର ସହାୟତା ପାଇବେ। ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିବ। 

ମକର: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞି ଲଗାଇବାକୁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ବୈବାହିକ ଜୀବନ ଭଲ ରହିବ। 

କୁମ୍ଭ: ଯାହା ବି କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିୟର ସମ୍ବନ୍ଧ‌ରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଙ୍ଗି ବିଷୟରେ ଜାଣିବା ପାଇଁ ଶିକ୍ଷକଙ୍କର ସହଯୋଗ ପାଇବେ। 

ମୀନ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କର ମତ ନେବାକୁ ଚାହିଁବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe