Horoscope 2025 December 16: ଜାଣନ୍ତୁ ଆଜିର ରାଶିଫଳ

Advertisment

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ଟଙ୍କ ପଇସା ନେବା ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର ନୂଆ ପ୍ରୋଜେକ୍ଟରେ କାମ କରିବେ। ‌

ବୃଷ: ଆପଣଙ୍କ ବ୍ୟକ୍ତିତ୍ବରେ କିଛି ପରିବର୍ତ୍ତନ ଆସିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। 

ମିଥୁନ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଲାଭ ପାଇଁ କିଛି ସୁଯୋଗ ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। 

କର୍କଟ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ହେବ। ସରକାରୀ ଚାକିରିଜୀବୀଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିବ। ଯେଉଁ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ସଂଘର୍ଷ କରୁଛନ୍ତି ସେମାନଙ୍କ ଲାଗି ନୂଆ କାମ ଆସିବ।‌ 

ସିଂହ: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। କୌଣସି କାମ ପାଇଁ ପୁରସ୍କାର ପାଇବେ। ଘର କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ।  ‌ 

କନ୍ୟା: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେ ଆପେ ଅନ୍ତ ହୋଇଯିବ। ବ୍ୟବସାୟିକ ସମ୍ମିଳନରେ ଆପଣଙ୍କ କଥା ରଖିବେ। ପ୍ରିୟଜନଙ୍କ ସହ ବାହାରେ ରାତ୍ରିଭୋଜନ କରିବେ। 

ତୁଳା: ପ୍ରତିଟି କାମ ମନୋଯୋଗରେ କରନ୍ତୁ ସଫଳତା ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଛାତ୍ରଛାତ୍ରୀଙ୍କର ମନ ଲେଖାପଢ଼ାରେ ଲାଗିବ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ। 

ବିଛା: ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ। ଭାଇ ଭଉଣୀଙ୍କ ସହିତ ଉଦ୍ୟାନକୁ ବୁଲି ଯିବେ। 

ଧନୁ

ଧନୁ: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ବେପାର ବିଷୟରେ ନୂଆ ନୂଆ ବିଚାର ଆସିବ। ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। 

ମକର: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ନୂଆ କାମ ଆରମ୍ଭ କରି ପାରନ୍ତି। କୋର୍ଟ କଚେରି ମାମଲାରେ ଆପଣ ଜିତିବେ। ବୈବାହିକ ଜୀବନ ଖୁସି ଭରା ରହିବ। ‌ 

କୁମ୍ଭ: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ହେବ। ସୁଖ ସୁବିଧା ବୃଦ୍ଧି ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। 

ମୀନ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ଗ୍ରାହକଙ୍କ ଠାରୁ ଭଲ ଧନଲାଭ ହେବ। ପ୍ରେମ ଜୀବନ ଭଲ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe