Horoscope 2026 January 21: ଜାଣନ୍ତୁ ଆଜିର ରାଶିଫଳ

Advertisment

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

Updated On

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

ଅଦ୍ୟତନ ହୋଇଛି
AJIRA RASIFALA

Horoscope today. Photograph: (sambad.in)

ମେଷ: ଉନ୍ନତି ପାଇଁ କୌଣସି ନୂଆ ମାର୍ଗ ନଜର ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ଆପଣଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ରାଜନୀତିରେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ‌

ବୃଷ: ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନ ଭଲ ରହିବ। ‌

ମିଥୁନ: ଜୀବନସାଥୀଙ୍କୁ କୌଣସି କାମରେ ସଫଳତା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ଛାତ୍ର ମହତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ‌

କର୍କଟ: ଅଫିସରେ କାମର ବୋଝ ବଢ଼ିପାରେ। ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଆପଣଙ୍କୁ ଲାଭର ଅବସର ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ‌

ସିଂହ: କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଆପଣଙ୍କୁ ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯିବେ। ଛାତ୍ରଙ୍କୁ ଲାଗି ଦିନଟି ଭଲ। 

କନ୍ୟା: ବ୍ୟବସାୟୀଙ୍କୁ ଧନଲାଭ ହେବ। ସିଭିଲ୍ ଇଂଜିନିୟରଙ୍କୁ କୌଣସି ବଡ଼ ଉଦ୍ୟୋଗରେ ଚାକିରି ପାଇଁ ଡ଼ାକରା ଆସିପାରେ। ଶତ୍ରୁ ଦବି ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ‌

ତୁଳା: କରିଆସୁଥିବା କାମରେ ଯଥେଷ୍ଟ ଲାଭ ପାଇବେ। ଜୀବନରେ ଲୋକମାନଙ୍କର ସହଯୋଗ ପାଇବେ। କିଛି ନୂଆ ବନ୍ଧୁ ବନାଇବାର ସମ୍ଭାବନା। ଛାତ୍ରମାନେ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ।‌

ବିଛା: ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ତାହା ପୂରା ହୋଇଯିବ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। ଘର ସଜାଇବା କାମ କରାଇବେ। 

ଧନୁ: ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ଆମଦାନିରେ ବୃଦ୍ଧି ହେବାର ସମ୍ଭାବନା। ‌ 

ମକର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ସ୍ମରଣୀୟ। 

କୁମ୍ଭ: ପରିବାର ଲୋକ ଆପଣଙ୍କର ସବୁ ନିଷ୍ପତ୍ତିରେ ଆପଣଙ୍କ ସହ ରହିବେ। କିଛି ଜରୁରୀ ନିର୍ଣ୍ଣୟ ଆପଣଙ୍କୁ ଲାଭ ଦେଇପାରେ। ଆପଣଙ୍କ ଧ୍ୟ‌ାନ କାମ ସଂପୂର୍ଣ୍ଣ କରିବାରେ ଲାଗି ରହିବ। 

ମୀନ: କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ରାଜନୀତିରେ ସଫଳତା ପାଇବେ। କାହାରିକୁ ଧାର ଦେଲେ ଆର୍ଥିକ ସ୍ଥିତି ଦୁର୍ବଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe