Horoscope 2026 January 23: ଜାଣନ୍ତୁ ଆଜିର ରାଶିଫଳ

Advertisment

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଦିନଟି ଉତ୍ସାହ ଭରା ରହିବ। କୌଣସି ପାଖ ଲୋକଙ୍କୁ ଆପଣଙ୍କ ଠାରୁ କିଛି ଅପେକ୍ଷା ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ‌‌

ବୃଷ: କୌଣସି କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌

ମିଥୁନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଅଫିସରେ କାର୍ଯ୍ୟ ଭାର ଅଧିକ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହା ଦ୍ବାରା ଆପଣଙ୍କୁ ଲାଭ ହେବ। ‌

କର୍କଟ: ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଅର୍ଥ ସଂପର୍କିତ କିଛି କାମରେ ଆପଣ ସାବଧାନ ରହନ୍ତୁ। ଜରୁରୀ କାମ ଉପରେ ବିଚାର କରିବାର ମଉକା ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ‌

ସିଂହ: ଦିନଟି ଜୀବନରେ ଏକ ନୂଆ ଦିଶା ନେଇ ଆସିବ। ଅନ୍ୟ ଜିଲ୍ଲାରେ ବେପାର କରିପାରନ୍ତି। ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ଅଫିସରେ କୌଣସି ଅଧିବେଶନର ଭାଗ ନେବେ।‌

କନ୍ୟ‌ା: ଦିନଟି ଆରମ୍ଭ ଶାନ୍ତ ମନରେ କରିବେ। କାମରେ ଜୀବନସାଥୀର ସହଯୋଗ ପାଇବେ। ଅଯଥା ବିବାଦ ଠାରୁ ଦୂରରେ ରହନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ‌

ତୁଳା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାହାରିକୁ ସାହାଯ୍ୟ ମାଗିବାରେ ସଂକୋଚ କରନ୍ତୁ ନାହିଁ। ପ୍ରତ୍ୟେକ କାର୍ଯ୍ୟ ଧୈର୍ଯ୍ୟଧରି ଓ ବୁଦ୍ଧିମତ୍ତାରେ କରନ୍ତୁ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। 

ବିଛା: ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସରେ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। କାମ, ପରିବାର ଓ ବନ୍ଧୁମାନଙ୍କ ସହିତ ଭାରସାମ୍ୟ କାଏମ୍ ରଖନ୍ତୁ। ‌

ଧନୁ: କୌଣସି ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଶିକ୍ଷକଙ୍କ ପାଇଁ ପଦୋନ୍ନତିର ଯୋଗ ଅଛି। ବିବାଦ ଠାରୁ ଦୂରରେ ରହନ୍ତୁ। ବ୍ୟବସାୟରେ ଲାଭ ପାଇବେ। ‌

ମକର: ପରିବାର ପାଇଁ ନୂଆ ଖୁସି ନେଇ ଆସିବ। ସନ୍ତାନ ପକ୍ଷର ସଫଳତା ଆପଣଙ୍କୁ ଖୁସି ଦେବ। ବନ୍ଧୁମାନଙ୍କ ସହିତ ମଉଜ ମସ୍ତିରେ ବ୍ୟସ୍ତ ରହିବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ‌

କୁମ୍ଭ: ବେପାରରେ ଲାଭ ହେବ। କଳା ସାହିତ୍ୟ ଲୋକଙ୍କ ଲାଗି ଦିନଟି ଭଲ। ଆପଣ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ‌

ମୀନ: କାର୍ଯ୍ୟକ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ଆପଣଙ୍କୁ ନିଜର ଉପଲବ୍ଧି ଉପରେ ଗର୍ବ ହେବ। ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe