Advertisment

Horoscope 2026 March 04: ଜାଣନ୍ତୁ ଆଜିର ରାଶିଫଳ

Advertisment

କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଭଲ ଖବର ପାଇବା ଯୋଗ ଅଛି। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆପଣଙ୍କର ବେତନ ବଢ଼ିପାରେ। କାହାରି ପାରିବାରିକ ସମାରୋହରେ ସାମିଲ ହେବେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ‌ ‌

ବୃଷ: ବୈବାହିକ ଜୀବନରେ ଖୁସି ଆସିବ। ଅଫସିରେ ଦିନଟି ବହୁତ ଭଲ ରହିବ। ନିଜ ଘରର ସୌନ୍ଦର୍ଯ୍ୟକରଣ କାମ କରାଇବେ। କର୍ମକ୍ଷେତ୍ରରେ ଭଲ ଅବସର ପାଇବେ। ଧନଲାଭ ଯୋଗ ଅଛି। ‌

ମିଥୁନ: ଦିନଟି ଆପଣଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିଦେବ। ଭାବିଚିନ୍ତି ସମସ୍ୟାର ସମାଧାନ ବାହାର କରିବେ। ଆପଣଙ୍କୁ ଚାକିରିରେ ଉତ୍ତମ ପରିଣାମ ମିଳିବ। କିଛି ନୂଆ ବେପାରର ସହମତି ହୋଇପାରେ। ‌

କର୍କଟ: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରି ଖୁସି ଅନୁଭବ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରପନ୍ତି। ଚାକିରିରେ ଅନୁକୂଳ ପରିଣାମ ପାଇବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। 

ସିଂହ: ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆପଣଙ୍କର ସବୁ ଭଲଭାବେ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ପରିବାର ସହିତ ବିତାଇବେ। ଆପଣଙ୍କ ବେପାର ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ। 

କନ୍ୟା: ବୈବାହିକ ସମ୍ବନ୍ଧରେ ସୁଧାରର ସମ୍ଭାବନା ବଢ଼ିବ। କିଛି ଖର୍ଚ୍ଚ ଚାହୁଁନଥିଲେ ବି କରିବାକୁ ପଡ଼ିବ। ଏକରୁ ଅଧିକ ମାଧ୍ୟମରେ ଧନପ୍ରାପ୍ତି ହେବ। ନିଜର ପରିଶ୍ରମ ବଳରେ ପ୍ରସିଦ୍ଧି ବଢ଼ାଇବେ। 

ତୁଳା: ଜୀବନରେ ସକାରାତ୍ମକ ଭାବନ ସହିତ ଆଗକୁ ବଢ଼ିବେ। ନିଜ କାମରେ ଆପଣଙ୍କର ବିଶ୍ବାସ ବଢ଼ିବ। ପାରିବାରିକ ଜୀବନରେ ଖୁସି ରହିବ। ଆର୍ଥିକ ଲାଭ ହେବାର ଯୋଗ ଅଛି। 

ବିଛା: ଆପଣ କୌଣସି ଯୋଜନା ଉପରେ କାମ କରିବେ। ଆପଣଙ୍କ ବେପାର ବଢ଼ିବାର ଫଳପ୍ରଦ ସିଦ୍ଧି ହେବ। ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

ଧନୁ: ନିଜ ପରିଶ୍ରମ ଓ ସାମର୍ଥ୍ୟରେ କାର୍ଯ୍ୟକ୍ଷେତ୍ରରେ ବହୁତ କିଛି ପ୍ରାପ୍ତ କରିନେବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଜଣେ ଅନ୍ୟଜଣଙ୍କ ପ୍ରତି ମଧୁର ଭାବନା ବିକାଶ ହେବ। 

ମକର: ନୂଆ ସଉଦା କରିବା ପୂର୍ବରୁ ଭଲଭାବେ ଭାବି ନିଅନ୍ତୁ। ଅଚାନକ ଧନପ୍ରାପ୍ତିର ସମ୍ଭାବନା। ବେପାରରେ ନୂଆ ପ୍ରଗତି କରିବେ। ସରକାରୀ ଚାକିରିଆଙ୍କୁ ସରକାରୀ ବାସ ଭବନ ମିଳିପାରେ। 

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସହିତ ଭଲ ସଫଳତା ମିଳିବାର ସମ୍ଭାବନା। କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନରେ ଆପୋସୀ ପ୍ରେମ ରହିବ। କାମର ଚାପ ଲାଗି ରହିବ। 

ମୀନ: ବ୍ୟବସାୟରେ ଉତ୍ତମ ସଫଳତା ପାଇବେ। କୌଣସି ନୂଆ କଥା ଆପଣଙ୍କ ମସ୍ତିଷ୍କରେ ଘୂରି ବୁଲିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe