ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ଲେଖକଙ୍କ ଲାଗି ଦିନଟି ଭଲ। ମହିଳାମାନଙ୍କ ଲାଗି ଦିନଟି ଆରାମ ଦାୟକ ରହିବ। 

ବୃଷ:-ଦୋକାନଦାରଙ୍କ ଲାଗି ଦିନଟି ଭଲ ରହିବ। ପୁରୁଣା ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଭାବିବେ। 

ମିଥୁନ:-ଗୋଣ୍ଡଗୋଳ ଠାରୁ ନିଜେ ଦୂରେଇ ରହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।‌ ପ୍ରେମୀ ଯୁଗଳ ‌ଜଣେ ଅନ୍ୟଜଣଙ୍କ ସହିତ ସମୟ ଅତିବାହିତ କରିବେ। 

କର୍କଟ:-କରି ଆସୁଥିବା କାମରେ ଲାଭ ପାଇବେ। ଲୋକମାନଙ୍କ ଆଗରେ ଆପଣଙ୍କର ଛବି ଭଲ ବଜାୟ ରହିବ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ। 

ସିଂହ:-କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। କଠିନ ପରସ୍ଥିତିରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ନୂଆ ଯାନ କିଣିବା ଲାଗି ଦିନଟି ଶୁଭ। ପ୍ରେମ ଜୀବନ ଭଲ ରହିବ। 

କନ୍ୟା:-ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ବେପାର ବଢ଼ାଇବା ପାଇଁ ଜୀବନସାଥୀର ସାହାଯ୍ୟ ପାଇବେ। ନୂଆ ଘର କିଣିବା ଲାଗି ଦିନଟି ଭଲ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ସମ୍ବନ୍ଧର ମଧୁରତା ବଢ଼ିବ। 

ତୁଳା:-ଅତ୍ୟଧିକ ଜିଦ୍ କରନ୍ତୁ ନାହିଁ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବନାଇ ରଖନ୍ତୁ। ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ଧନଲାଭ ଯୋଗ ଅଛି। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ। 

ବିଛା:-ସରକାରୀ କାମରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ନବ ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶୁଭ ସୂଚନା ମିଳିବ। 

ଧନୁ:-ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଲାଗି ରହିବ। ବିଦେଶ କଂପାନିରୁ ଚାକିରିରୁ ପ୍ରସ୍ତାବ ଆସିପାରେ। ଦମ୍ପତ୍ତି କୌଣସି ସାମାଜିକ ସମାରୋହକୁ ଯାଇପାରନ୍ତି। ଛାତ୍ରଙ୍କୁ ଶୁଭ ସୂଚନା ମିଳିବ। 

ମକର:-କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ପାରିବାରିକ ସଂପର୍କରେ ଭଲ ତା‌ଳମେଳ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶାରୀରିକ ରୂପେ ସୁସ୍ଥ ରହିବେ। 

କୁମ୍ଭ:-ନୂଆ ମୁକାମ ହାସଲ ହେବ। କୌଣସି ଚାଲେଞକୁ ସହଜରେ ସମାଧାନ କରିଦେବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଆୟ ବ୍ୟୟ ସମନ୍ବୟ ରହିବ। 

ମୀନ:-ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe