ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

‌ମେଷ:-ସବୁ କଷ୍ଟ ନିବାରଣ ହେବ। ଘରୋଇ ଉଦ୍ୟୋଗରେ ଭଲ ସୁଯୋଗ ମିଳିପାରେ। ବୈବାହିକ ଜୀବନ ଖୁସି ଭରା ରହିବ। କବିମାନଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଘରକୁ ନୂଆ ବନ୍ଧୁ ଆସିବେ। 

ବୃଷ:-ଦିନଟି ଉତ୍ସାହ ଭରା ରହିବ। ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଅଫିସରେ ନୂଆ କାମ ମିଳିପାରେ। ସାମାଜିକ କାର୍ଯ୍ୟରେ ପ୍ରଶଂସା ପାଇବେ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। 

ମିଥୁନ:-ଜୀବନରେ ଖୁସିର ଆଗମନ ହେବ। କିଣାବିକା ଲାଗି ସମୟ ଭଲ। ବିଶେଷ କାମର ଅନ୍ୟମାନଙ୍କର ସହଯୋଗ ପାଇବେ। ଧନ ମାମଲାରେ ସ୍ଥିତି ଠିକ୍ ରହିବ। ଜୀବନସାଥୀ ସହ ସମ୍ବନ୍ଧ ବଢ଼ିଆ ହେବ।  

କର୍କଟ:-ଶିକ୍ଷକଙ୍କ ଲାଗି ଦିନଟି ଭଲ ରହିବ। ବେପାରରେ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଶତ୍ରୁ ଦବି ରହିବେ। ଘରର ପରିବେଶ ଭଲ ରହିବ। ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ। 

ସିଂହ:-ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ରହିବ। ଅଚାନକ ଖୁସି ଖବର ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଚାକିରିରେ ଉନ୍ନତି ଯୋଗ ଅଛି। ଧନ ସଂପତ୍ତି ବୃଦ୍ଧି ହୋଇପାରେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। 

କନ୍ୟା:-ବିଶେଷ କାମରେ ସହଯୋଗୀଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ। ଘରକୁ କୁଣିଆ ଆସିବେ। ନୂଆ ଗାଡ଼ି କିଣିବା ଲାଗି ମନସ୍ଥ କରିବେ।

ତୁଳା:-ସବୁ ଚିନ୍ତା ଦୂର ହେବ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ଚାକିରିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ‌ବନ୍ଧୁ ସହିତ ଭଲ ଜାଗାକୁ ବୁଲି ଯିବେ। 

ବିଛା:-ପାରିବାରିକ ସମସ୍ୟା ସମାପ୍ତ ହେବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ବ୍ୟବସାୟରେ ବିସ୍ତାର କରି ପାରନ୍ତି। ଜୀବନସାଥୀଙ୍କୁ କୌଣସି କଥା କହିବେ। ଆଇନିଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। 

ଧନୁ:-ଉଦ୍ୟୋଗରେ ଚାକିରି କରୁଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। ନବ ଦମ୍ପତିଙ୍କ ଲାଗି ଦିନଟି ଭଲ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଭଲ ଖବର ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ। 

ମକର:-ଆପଣଙ୍କ ସ୍ବଭାବ ସକାରାତ୍ମକ ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। 

କୁମ୍ଭ:-ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଲୋକେ ଆପଣଙ୍କ ବିଚାରରେ ସହମତ ହେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। 

ମୀନ:-କଠିନ ପରିସ୍ଥିତିରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ଧନ ସଂପଦ ବୃଦ୍ଧି ହେବ। ବ୍ୟବସାୟରେ ବଡ଼ ଭାଇର ସହଯୋଗ ପାଇବେ। ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe