ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:  ବ୍ୟବସାୟରେ ଭଲ ଧନଲାଭ ହେବ। ଜୀବନସାଥୀଠୁ ଭଲ ଖବର ପାଇବେ। ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା ପ୍ରସ୍ତୁତି କରିପାରନ୍ତି। ଚାକିରିରେ ବଦଳିର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖମୟ ହେବ। ‌

ବୃଷ:  ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ପ୍ରେମୀ ଯୁଗଳ ଦିନଟି ଖୁସିର ଅତିବାହିତ କରିବେ। ସ୍ବାସ୍ଥ୍ୟ ଠିକ୍ ରହିବ। ସିନେମା ଦେଖିବାକୁ ଯାଇ ପାରନ୍ତି। ‌

‌ମିଥୁନ:  ଜମି ବ୍ୟବସାୟୀ ଭଲ ସଉଦା ପାଇବେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ଖବର ଉପରେ କାମ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ। ନିଜର ଖାଦ୍ୟପେୟ ଠିକ୍ ରଖନ୍ତୁ। 

କର୍କଟ:  ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବେପାରରେ ବଢ଼ିଆ ଧନଲାଭ ହେବ। ପରିବାର ସହିତ ଭଲ ଜାଗାକୁ ବୁଲି ଯିବେ। ସମାଜ ପାଇଁ ବହୁତ ଭଲ କାମ କରିବେ। ପ୍ରେମ ଜୀବନ ମଧୁର ହେବ। ‌

‌ସିଂହ:  ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଶଶୁର ଘରୁ ଶୁଭ ସୂଚନା ପାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ରୋଜଗାର ପାଇଁ ଉନ୍ନତିର ନୂଆ ମାର୍ଗ ଖୋଲିବ। 

କନ୍ୟା:  ବେପାରରେ ଯଥେଷ୍ଟ ଧନଲାଭ ହେବ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇ ପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସାହାଯ୍ୟ ପାଇବେ। ‌

ତୁଳା:  ବେପାର ଦୃଷ୍ଟିରୁ ଦିନଟି ଭଲ ରହିବ। ଜମିବାଡ଼ି ମାମଲାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ମହିଳାମାନେ କୌଣସି ସାମାରେହାକୁ ଯିବାର ଅବସର ପ୍ରାପ୍ତ ହୋଇପାରେ। 

ବିଛା:  ବେପାରରେ ଧନଲାଭ ହେବ। ନିଜ ପାଇଁ କୌଣସି ସାମଗ୍ରୀ କିଣିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଅଧିକ ଲାଗି ରହିବ। ବନ୍ଧୁବର୍ଗ ଆପଣଙ୍କ ଘରକୁ ଆସି ପାରନ୍ତି।‌

ଧନୁ:  ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ପ୍ରସନ୍ନତାଦାୟକ ରହିବ। ନିଜ କାମ ଅନ୍ୟ ସହରକୁ ଯାଇ ପାରନ୍ତି। ଆପଣଙ୍କର ସାକ୍ଷାତ ପ୍ରିୟବନ୍ଧୁ ସହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ। 

ମକର:  ବୈବାହିକ ଜୀବନରେ ନୂଆ ଦାୟିତ୍ବ ଆସିବ। କୌଣସି ସାମାଜିକ ସମାରୋହରେ ନିମନ୍ତ୍ରଣ ପାଇବେ। ବେପାରରେ ଉନ୍ନତି ହେବ। ପିଲାଙ୍କୁ ନେଇ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ନାହିଁ। 

କୁମ୍ଭ: ବେପାରରେ ଅଚାନକ ଧନଲାଭ ହେବ। ଶଶୁର ଘରୁ ସୁଖବର ପାଇବେ। ଟିଭି ବିତର୍କରେ ଆପଣ ସମ୍ମୁଖ ବ୍ୟକ୍ତିଙ୍କୁ ଦବେଇ ରଖି ପାରିବେ। ପଡ଼ାପଡ଼ୋଶୀ ଆପଣଙ୍କର ପ୍ରଶଂସା କରିବେ। 

ମୀନ:  ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ ସୁଧାର ହେବ। ଚାକିରିଜୀବୀ ଭଲ ସୁଯୋଗ ପାଇବେ। ଘରକୁ କୌଣସି  ବନ୍ଧୁର ଆଗମନ ହେବ। ‌

horoscope 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe