ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ ହେବା ଯୋଗୁଁ ଘରେ ସମାରୋହ କରିବେ। ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ। ତଳିଆ କର୍ମଚାରୀ ଆପଣଙ୍କଠୁ କାମ ଶିଖିବାକୁ ପସନ୍ଦ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ପୂର୍ବରୁ କରିଥିବା କୌଣସି ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ନୂଆ ବେପାର ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଭଲ କଂପାନିରେ ଚାକିରିର ସୁଯୋଗ ଆସିବ। 

ମିଥୁନ: ନୂଆ ବେପାର ପାଇଁ ଯୋଜନା କରିବେ। ପାରିବାରିକ କାମରେ ଜୀବନସାଥୀର ସହଯୋଗ ପାଇବେ। ସଙ୍ଗୀତ ଓ କଳା କ୍ଷେତ୍ରରେ ଥିବା ବ୍ୟକ୍ତି ଭଲ ପ୍ଲାଟଫର୍ମରେ କାମ କରିବାର ସୁଯୋଗ ପାଇବେ। 

କର୍କଟ: ବେପାରରେ ଦିଗୁଣା ବୃଦ୍ଧି ହେବ। ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ବିଦ୍ୟାର୍ଥୀଙ୍କ ଲାଗି ସଫଳତାର ଦିନଟିଏ। 

ସିଂହ: ବେପାରରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ବିବାହ ସମ୍ବନ୍ଧରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଢ଼ିଆ ହେବ। କାଷ୍ଠ ସାମଗ୍ରୀ କିଣିବା ଲାଗି ଭଲ ଦିନଟିଏ। 

କନ୍ୟା: ଆର୍କେଟେଚରଙ୍କ ଲାଗି ଦିନଟି ଲାଭପ୍ରଦ। କୌଣସି କଂପାନିରେ ଚାକିରିର ସୁଯୋଗ ଆସିବ। ନୂଆ ମୋଟର ଗାଡ଼ି କିଣି ପାରନ୍ତି। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।     

ତୁଳା: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ରହିବ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାର ଯୋଜନା କରିବେ। କୌଣସି ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। 

ବିଛା: ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ। ବନ୍ଧୁ ସହିତ ବେପାର କରିବା ଲାଗି ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଭରପୂର ରହିବ। ଗ୍ରାଫିକ ଡ଼ିଜାଇନିଙ୍ଗଙ୍କ ଲାଗି ଦିନଟି ଭଲ ରହିବ। 

ଧନୁ: ଚାକିରିଜୀବୀ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବେ। ନୂଆ ବିଷୟରେ ରୁଚି ବଢ଼ିବ। ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ଜୀବନସାଥୀଙ୍କୁ ନିଜ ସମସ୍ୟା କହିବେ। ଛାତ୍ରଛାତ୍ରୀ ନିଜର କାମ ଆସନ୍ତା କାଲି ପାଇଁ ରଖନ୍ତୁ ନାହିଁ। 

ମକର: ପୂଜାପାଠରେ ସମୟ ବିତିବ। ଅଫିସରେ ସହକର୍ମୀଙ୍କ ସାହାଯ୍ୟରେ କାମ ଶୀଘ୍ର ସମାପ୍ତ କରିଦେବେ। କୌଣସି ଅନୁଭବୀଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ। 

କୁମ୍ଭ: ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। 

ମୀନ: ବ୍ୟବସାୟ ସମ୍ବନ୍ଧରେ ନୂଆ ଲୋକଙ୍କ ସହିତ ମିଶିବେ। ପିଲା ଆପଣଙ୍କୁ କୌଣସି ଭଲ ଖବର ଦେଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ।

horoscope 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe