ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

Daily horoscope Photograph: (sambad.in)

ମେଷ: ଆପଣଙ୍କ କାମରେ କୌଣସି ବନ୍ଧୁ ସାହାଯ୍ୟ କରିବେ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ସଡ଼କର ଦୁଇ ଦିଗକୁ ଦେଖି ପାର ହୁଅନ୍ତୁ। 

ବୃଷ: ପରବାରର ସମସ୍ତ ଲୋକଙ୍କୁ ଆନନ୍ଦ ପ୍ରାପ୍ତି ହେବ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ବ ଆସିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ଅବସର ପାଇବେ। 

ମିଥୁନ: ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ବିରୋଧୀ ଆପଣଙ୍କ ଠାରୁ ଦୂରତା ବନାଇ ରହିବେ। ପ୍ରିୟଜନ ସହିତ ସମୟ ଅତିବାହିତ କରିବ‌ା ଲାଗି ଯୋଜନା କରିବେ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଶୁଭ ଖବର ପାଇବେ। 

କର୍କଟ: ପୂର୍ବ ବିଚାରକୁ ବାଦ ଦେଇ ନୂଆ ବିଚାର ଗ୍ରହଣ କରିବେ। ଅଫିସରେ ପରିବେଶ ଭଲ ରହିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଛାତ୍ରୀଙ୍କ ଲାଗି କ୍ୟାରିୟରରେ ଦିନଟି ନୂଆ ପରିବର୍ତ୍ତନ ଆଣିବ। 

ସିଂହ: ଅଧୁରାଥିବା କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ସଂଚାର ହେବ। 

କନ୍ୟା: ନୂଆ ଲୋକମାନଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।  

ତୁଳା: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। କୌଣସି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ। ଘରର ବାତାବରଣ ଭଲ ରହିବ। ‌ 

ବିଛା: ବନ୍ଧୁମାନଙ୍କ ସହ ମଉଜ ମସ୍ତିରେ ସମୟ ଅତିବାହିତ କରିବେ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହିତ ତାଳମେଳ ରଖନ୍ତୁ। ଶିକ୍ଷକଙ୍କୁ ପୁରସ୍କାର ମିଳିବ। ‌ବେପାରରେ ଉନ୍ନତି ହେବ। 

ଧନୁ: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ପେସାଦାର ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ। 

ମକର: ଦୀର୍ଘ ଦିନର ଅଧୁରାଥିବା କାମ ପୂରା ହୋଇଯିବ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରିପାରନ୍ତି। ସନ୍ତାନ ପକ୍ଷରୁ ଖୁସି ପାଇବେ। 

କୁମ୍ଭ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିବ। ବେପାରରେ ଆଶାଜନକ ଫଳ ପାଇବେ। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପ୍ରେମରେ ସଫଳତା ପାଇବେ। 

ମୀନ: ପୂଜାର୍ଚ୍ଚନାରେ ସମୟ ବିତିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆମଦାନି ବୃଦ୍ଧି ପାଇଁ ଚିନ୍ତା କରନ୍ତୁ। ବେପାର କାମରେ ଦୂରସ୍ଥାନକୁ ଯିବେ। ପରିବାର ଲୋକଙ୍କ ସହିତ କୌଣସି ଗମ୍ଭୀର ବିଷୟରେ କଥା ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe