ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

Daily horoscope Photograph: (sambad.in)

ମେଷ: ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ। ‌

ବୃଷ: ଇଚ୍ଛାଶକ୍ତି କମ୍ ଯୋଗୁଁ ଆପଣଙ୍କୁ ଭାବନାତ୍ମକ ଓ ମାନସିକ ଅଶାନ୍ତି ଘେରଉ କରିନେବେ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ ବଜାୟ ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ। 

ମିଥୁନ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନ ପକ୍ଷର ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ର ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ପାଇବେ।  ‌ 

କର୍କଟ: ଜରୁରୀ କାମରେ ଅଧିକ ପରିଶ୍ରମ କରନ୍ତୁ ସଂପୂର୍ଣ୍ଣ ହୋଇଯିବ। ଡ଼ାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ। ସମ୍ବନ୍ଧରେ ନୂତନତ୍ବ ଆସିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ। ‌ 

ସିଂହ: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ଅଧିକ ସଫଳତା ପାଇବା ପାଇଁ ଆପଣଙ୍କର ପ୍ରୟାସ ଜାରି ରଖନ୍ତୁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ଫିଲ୍ମରେ ସୁଯୋଗ ମିଳିପାରେ। ‌ 

କନ୍ୟା: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାର ବାଧା ଆସିବ। ଅନାବଶ୍ୟକ କଥା ଠାରୁ ନିଜକୁ ଦୂରରେ ରଖନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ‌ 

ତୁଳା: ସମୟ ରଚାନାତ୍ମକ କାର୍ଯ୍ୟରେ ଲଗାଇପାରନ୍ତି। ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ। ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌ 

ବିଛା: ବଢ଼ିଆ ସୁଯୋଗ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ‌ 

ଧନୁ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ନ୍ତୁ। ଲୋକମାନଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନ‌ାହିଁ। ବ୍ୟସାୟରେ ମାନ୍ଦା ଗତି ପାଇଁ ମାନସିକ ଅଶାନ୍ତି ବଢ଼ିପାରେ। 

ମକର: ଆର୍ଥିକ ପକ୍ଷ ବହୁତ ଭଲ ରହିବ। ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଅଛି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।‌ 

କୁମ୍ଭ: ପୁଞି ବଜାରରେ ଆପଣଙ୍କୁ ଲାଭ ମିଳିବ। ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ସୁବିଧାଜନକ ରହିବାର ଆଶା କମ୍। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। 

ମୀନ: ଆପଣଙ୍କ ସାହସ, ଭାବନାତ୍ମକ କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ଅନୁଭୂତି କରାଇବ। କାର୍ଯ୍ୟକ୍ଷେତ୍ରରେ କତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ପ୍ରେମ ଜୀବନ ଭଲ ରହିବ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe