ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

Daily horoscope Photograph: (sambad.in)

ମେଷ: କାମ ଓ ପାରିବାରିକ ସମ୍ବନ୍ଧରେ ସାମଞସ୍ୟ ବଜାୟ ରଖିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାମକୁ ପୂରା କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ। ‌

ବୃଷ: ବେପାରରେ ଅଟକିଥିବା ଯୋଜନା ଆରମ୍ଭ କରିବା ଯୋଗୁଁ ବ୍ୟସ୍ତତା ବଢ଼ିବ। ଚାକିରି କରୁଥିବା ଲୋକ ନିଜର କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରନ୍ତୁ। ଆପଣଙ୍କ କଳା ଓ ସାହିତ୍ୟ କ୍ଷେତ୍ରରେ ମନ ଖୁବ୍ ଲାଗିବ। ‌

ମିଥୁନ: ବେପାରରେ ସାମନ୍ୟ ରୂପେ ଲାଭ ପାଇବେ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ପ୍ରତିଯୋଗୀତ ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ। ‌

କର୍କଟ: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଆପଣଙ୍କର ଏଭଳି ବିଚାର ଆସିବ ଯାହା ଜବରଦସ୍ତ ଓ ସୃଜନାତ୍ମକ ହେବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ବିଦ୍ୟାର୍ଥୀଙ୍କ ଲାଗି ସଫଳତାର ଯୋଗ ଅଛି। 

ସିଂହ: ଘରର ବଡ଼ଠୁ କିଛି ପ୍ରେରଣା ପାଇବେ। ଆପଣଙ୍କ ବ୍ୟବହାରରେ ଘରର ବୟୋଜ୍ୟେଷ୍ଠ ପ୍ରସନ୍ନ ରହିବେ। ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ହେବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

କନ୍ୟା: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ। ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ। ଆପଣଙ୍କ ସୃଷ୍ଟିକରଣକୁ ଲୋକ ପ୍ରଶଂସା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।  

ତୁଳା

ତୁଳା: ଦୂରସ୍ଥାନକୁ ଯିବାର ଯୋଗ ଅଛି। ଆପଣଙ୍କ ଖାଲି ସମୟରେ ନିଜର ଭଲ ଆଉ ମନ୍ଦ ବିଷୟରେ ବିଚାର କରିବେ। ନିଜ କାମରେ ଆଖପାଖ ଲୋକଙ୍କ ସାହାଯ୍ୟ ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। 

ବିଛା: ଦନଟି ଉଲ୍ଲାସ ଭରା ରହିବ। ନିତିଦିନିଆ କାମରେ କିଛି ନବୀନତା ଆସିପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ପ୍ରଶଂସା ପାଇବେ। 

ଧନୁ: ଆର୍ଥିକ ରୂପେ ବନ୍ଧଠୁ ସାହାଯ୍ୟ ପାଇବେ। କ୍ୟାରିୟରରେ ଗୁରୁଜନଙ୍କ ଠାରୁ ମାର୍ଗ ଦର୍ଶନ ମିଳିବା ସହଜ ହେବ। ସ୍ବାସ୍ଥ୍ୟକୁ ଭଲ ରଖିବା ଲାଗି ଯୋଗର ରୁଟିନ ଗ୍ରହଣ କରିବେ। ନକାରାତ୍ମକ ଜିନିଷ ଠାରୁ ଦୁରରେ ରହନ୍ତୁ। 

ମକର: ଦିନଟି ଆତ୍ମବିଶ୍ବାସ ଭରା ରହିବ। ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ଶରୀର ସୁସ୍ଥ ରହିବ। 

କୁମ୍ଭ: ପରିବାରରେ ହର୍ଷ ଉଲ୍ଲାସର ମାହୋଲ ରହିବ। ବିଦ୍ୟାର୍ଥୀ ଲକ୍ଷ୍ୟ ପାଇବା ଲାଗି ଶିକ୍ଷକଙ୍କର ପୂରା ସାହାଯ୍ୟ ପାଇବେ। ଲେଖନ କ୍ଷେତ୍ରରେ ଥିବା ବ୍ୟକ୍ତି ବଡ଼ ଖୁସି ଖବର ପାଇବେ। ଗାଡ଼ି କିଣିବା ଯୋଗ ଅଛି। 

ମୀନ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ତଳିଆ କର୍ମଚାରୀ ଆପଣଙ୍କଠୁ କାମ ଶିଖିବାକୁ ଚାହିଁବେ। ପରିବାର ସବୁ ଲୋକ କୌଣସି ସମାରୋହରେ ସାମିଲ ହେବେ। ଆପଣ କୌଣସି କାମକୁ ‌ନେଇ ଉତ୍ସାହିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe