ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

Daily horoscope Photograph: (sambad.in)

ମେଷ: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଉଦ୍ୟୋଗରେ ଡ଼ାକରା ଆସିବ। ‌ ‌

ବୃଷ: କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ। 

ମିଥୁନ: ବାପା ମାଆଙ୍କ ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ବୈବାହିକ ଜୀବନ ସୁଖମୟ ହେବ। ‌

କର୍କଟ: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି ବହୁତ ଭଲ। 

ସିଂହ: ପୂର୍ବରୁ କରିଥିବା ଯୋଜନା ଲାଭଦାୟକ ହେବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ। 

କନ୍ୟା: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ। 

ତୁଳା

ତୁଳା: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ଆପଣଙ୍କର ସବୁ ବିଚାର ସ୍ପ‌ଷ୍ଟଭାବେ ବ୍ୟକ୍ତ କରିପାରନ୍ତି। ମଉଜମସ୍ତି ପାଇଁ ଭଲ ଅବସର ପାଇବେ। 

ବିଛା: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। କୌଣସି ଅସହାୟଙ୍କୁ ସହାୟତା ପାଇଁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ଯୋଗ ଅଛି। 

ଧନୁ: ଆପଣ କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଜାୟ ରହିବ। କାମ କରିବା ପାଇଁ ନୂଆ କୌଶଳ ଉପରେ ବିଚାର କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। 

ମକର: କୌଣସି ଧର୍ମାନୁଷ୍ଠାନକୁ ଯିବେ। ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ କୌଣସି ବଡ଼ ପ୍ରୋଜେକ୍ଟ ମିଳିବ। 

କୁମ୍ଭ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପଇସା ସହ ଜଡ଼ିତ ସମସ୍ୟା ସମାଧାନ ହୋଇଯିବ। 

ମୀନ: ଅଫିସ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧକୁ ମଜଭୁତ କରିବ ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବକୁ ନିର୍ବାହ କରିବାରେ ସକ୍ଷମ ହେବେ। ‌ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe