ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

Daily horoscope Photograph: (sambad.in)

ମେଷ: ନିଜର କାର୍ଯ୍ୟ ଭଲ କରିବା ଲାଗି ପ୍ରୟାସ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାରବାରରେ ନିକଟ ସଂପର୍କିୟଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 

ବୃଷ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ‌ବନ୍ଧୁବର୍ଗର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବଡ଼ ଅଧିକାରୀଙ୍କ ସହ ସାକ୍ଷାତ ସଫଳ ରହିବ। 

ମିଥୁନ: ଅଫିସରେ ଅଧିକ କାମ କରିବା ଯୋଗୁଁ ଘରେ ବିଳମ୍ବରେ ପହଞ୍ଚିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଆପଣଙ୍କୁ ଉପାର୍ଜନର ସୁଯୋଗ ମିଳିବ। 

କର୍କଟ: ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ଖୁସିୁ ଖବର ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ଅଛି। ଜୀବନସାଥୀ କୌଣସି କାମରେ ସାହାଯ୍ୟ କରିବେ। 

ସିଂହ: ଅଫିସ କାମ ଦୈନନ୍ଦିନ ଅପେକ୍ଷା ଭଲଭାବେ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କର ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। 

କନ୍ୟା: ଅଫିସରେ ଆପଣ ମତ ଦେବାର ସୁଯୋଗ ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଆଳସ୍ୟ ହେବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ‌ 

ତୁଳା: କୌଣସି ନୂଆ କଥା ଆପଣ ଶିଖିବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ପରିଜନଙ୍କ ସହ ଭଲ ସଂପର୍କ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। 

ବିଛା: କୌଣସି ମହତ୍ବପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଉତ୍ସବ ମୁଖର ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।  

‌ଧନୁ: ପୂଜାପାଠରେ ସମୟ ବିତିବ। କାମରେ ଆପଣଙ୍କୁ ସଫଳତା ମଳିବ। ବେପାର ସମ୍ବନ୍ଧିତ ବିଷୟରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। 

ମକର: ବିବାଦ ଠାରୁ ଦୂରରେ ରୁହନ୍ତୁ। କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ପୁଞି ନବେଶ ସମ୍ବନ୍ଧରେ ନୂଆ ପରାମର୍ଶ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। 

କୁମ୍ଭ: ଆପଣଙ୍କ ବ୍ୟକ୍ତିତ୍ବରେ ବିକଶିତ ହେବ। ଲୋକମାନଙ୍କ ଇଚ୍ଛା ଜାଣିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। 

ମୀନ: ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତି ହେବ। ଶିକ୍ଷଣୀୟ କାମରେ ମନ ଲାଗିବ। ବଡ଼ଭାଇ ଠାରୁ ଉପହାର ପାଇବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe