Horoscope 2026 February 04 : ଜାଣନ୍ତୁ ଆଜିର ରାଶିଫଳ

Advertisment

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଆବଶ୍ୟକତା ଠାରୁ କାହାରିକୁ ଅଧିକ ଭରସା କରନ୍ତୁ ନାହିଁ। ଋଣ ପାଇଁ ଆବେଦନ କରିଥିଲେ ଆଜି ଆପଣଙ୍କୁ ସୀକୃତି ମିଳିବ। ଶରୀର ସୁସ୍ଥ ରହିବ। ‌

ବୃଷ: ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳି ରହିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। ଆମଦାନି ବୃଦ୍ଧି ଲାଗି କୌଣସି ନୂଆ ଯୋଜନା ଆପଣଙ୍କ ମସ୍ତିଷ୍କରେ ଆସିବ। ‌

ମିଥୁନ: ବ୍ୟବସାୟୀଙ୍କ କାମରେ ଅନୁକୂଳତା ବନି ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ଲାଗି ରହିଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ। 

କର୍କଟ: ନୂଆ ବ୍ୟବସାୟ ଆରମ୍ଭ ଆପଣଙ୍କ ଲାଗି ଫଳଦାୟୀ ହେବ। ଆର୍ଥିକ ସ୍ଥିତିରେ ସୁଦୃଢ଼ ଆସିବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। କାର୍ଯ୍ୟକ୍ଷେତ୍ରରେ ନିଜର କାମ ଅନ୍ୟମାନଙ୍କ ଦ୍ବାରା କରିନେବାର ସଫଳ ରହିବେ। 

ସିଂହ: କୌଣସି ନିଣ୍ଣୟ ନେବା ପୂର୍ବରୁ ପରିବାର ଲୋକଙ୍କ ମତ ନିଅନ୍ତୁ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ। 

କନ୍ୟା: ଅଫିସ କାମରେ ଆପଣ ବ୍ୟସ୍ତ ରହିବେ। ଇଂଜିନିୟରଙ୍କୁ ଭଲ ଜାଗାରେ ଚାକିରି ମିଳିବ। ବେପାରରେ ଲାଭ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ତୁଳା: ଘରୁ କାମରେ ବାହାରୁଥିବା ବେଳେ ବନ୍ଧୁ ଠାରୁ ଫୋନକୋଲ୍ ଆସିବ। ଜୀବନକୁ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ। ଆପଣଙ୍କ ଭାଗ୍ୟର ଦ୍ବାର ଖୋଲିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।  

ବିଛା: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପୁତ୍ର ପକ୍ଷରୁ ଆପଣଙ୍କୁ ସୁଖ ମିଳିବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ।‌ 

ଧନୁ: ଧର୍ମକାର୍ଯ୍ୟରେ ମନ ଲାଗିବ। ଅଫିସରେ କୌଣସି କଥାକୁ ନେଇ ମାନସିକ ସ୍ଥିତି ଖରାପ ହୋଇପାରେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସୋସିଆଲ ମିଡ଼ିଆରେ ଆପଣଙ୍କର ବନ୍ଧୁ ବଢ଼ିବେ। ‌

ମକର: ଆପଣଙ୍କର କୌଣସି କାମର ପ୍ରଶଂସା ହେବ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଯୋଗ ଅଛି। ଜୀବନସାଥୀ ସହ ଲାଗି ରହିଥିବା ଭୁଲ୍ ବୁଝାମଣା ଦୂର ହେବ। 

କୁମ୍ଭ: ପେସାଦାର ବ୍ୟବସାୟୀ ଡ଼ିଲ୍ ହସ୍ତାକ୍ଷର କରିବେ। ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଭାଇ ଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବେ। ବୈବାହିକ ଜୀବନ ସୁଖମୟ ରହିବ। 

ମୀନ: ଆପଣ କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଛାତ୍ରଙ୍କର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe