ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasifalaa

ମେଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଲାଭ ପାଇଁ କିଛି ସୁଯୋଗ ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ‌

ବୃଷ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ହେବ। ସରକାରୀ ଚାକିରିଜୀବୀଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିବ। ଯେଉଁ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ସଂଘର୍ଷ କରୁଛନ୍ତି ସେମାନଙ୍କ ଲାଗି ନୂଆ କାମ ଆସିବ।‌

ମିଥୁନ: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। କୌଣସି କାମ ପାଇଁ ପୁରସ୍କାର ପାଇବେ। ଘର କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ।  ‌

କର୍କଟ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେ ଆପେ ଅନ୍ତ ହୋଇଯିବ। ବ୍ୟବସାୟିକ ସମ୍ମିଳନରେ ଆପଣଙ୍କ କଥା ରଖିବେ। ପ୍ରିୟଜନଙ୍କ ସହ ବାହାରେ ରାତ୍ରିଭୋଜନ କରିବେ।

ସିଂହ: ପ୍ରତିଟି କାମ ମନୋଯୋଗରେ କରନ୍ତୁ ସଫଳତା ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଛାତ୍ରଛାତ୍ରୀଙ୍କର ମନ ଲେଖାପଢ଼ାରେ ଲାଗିବ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

କନ୍ୟା: ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ। ଭାଇ ଭଉଣୀଙ୍କ ସହିତ ଉଦ୍ୟାନକୁ ବୁଲି ଯିବେ।

ତୁଳା: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ବେପାର ବିଷୟରେ ନୂଆ ନୂଆ ବିଚାର ଆସିବ। ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ।

ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ନୂଆ କାମ ଆରମ୍ଭ କରି ପାରନ୍ତି। କୋର୍ଟ କଚେରି ମାମଲାରେ ଆପଣ ଜିତିବେ। ବୈବାହିକ ଜୀବନ ଖୁସି ଭରା ରହିବ। ‌

ଧନୁ: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ହେବ। ସୁଖ ସୁବିଧା ବୃଦ୍ଧି ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ‌

ମକର: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ଗ୍ରାହକଙ୍କ ଠାରୁ ଭଲ ଧନଲାଭ ହେବ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ଟଙ୍କ ପଇସା ନେବା ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର ନୂଆ ପ୍ରୋଜେକ୍ଟରେ କାମ କରିବେ। ‌

ମୀନ: ଆପଣଙ୍କ ବ୍ୟକ୍ତିତ୍ବରେ କିଛି ପରିବର୍ତ୍ତନ ଆସିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe