ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasiya

ମେଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପିଲାମାନେ ଆପଣଙ୍କ ସହିତ ଖେଳିବା ପାଇଁ ଜିଦ୍ କରିବେ। ପିତାଙ୍କ ବ୍ୟବସାୟର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ।

ବୃଷ: ନିଜକୁ ପରିବର୍ତ୍ତନ ହୋଇଥିବା ଭୂମିକାରେ ଅନୁଭବ କରିବେ। ଆପଣଙ୍କ ବ୍ୟବସାୟ କୌଶଳ ଶୀଘ୍ରତା ଆସିବ। ପଦବି ଓ ଆମଦାନି କରିବା ଲାଗି ଅବସର ପାଇବେ। ପ୍ରେମରେ ସଫଳତା ପାଇବେ।

ମିଥୁନ: ଅଫିସରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ଛାତ୍ର ଛାତ୍ରୀଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ। ‌

କର୍କଟ: ଆପଣଙ୍କର ପ୍ରଶଂସା ସୁଦୂରପ୍ରସାରୀ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ପୁରୁଣା ଜିନିଷ ଆପଣଙ୍କ ହାତକୁ ଆସିବ ତାହାଦ୍ବାରା ଆପଣ ଖୁସି ହେବେ। ‌

ସିଂହ: ପାରିବାରିକ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଏଭଳି ଯୋଜନା କରିବେ ଯାହା ଆପଣଙ୍କର ଲାଭ ହି ଲାଭ ହେବ। ଚାକିରିଜୀବୀଙ୍କର ଉନ୍ନତି ହେବ।

କନ୍ୟା: ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହିତ ସନ୍ଧ୍ୟାରେ ସମୟ ବିତିବ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

ତୁଳା: ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। ଘରର କୌଣସି ଜିନିଷ ମରାମତି କରିବେ। ମହିଳାମାନଙ୍କୁ କାମରେ ଆରାମ ମିଳିବ। ପିଲାମାନେ ଖେଳକୁଦରେ ଅଧିକ ସମୟ ଅତିବାହିତ କରିବେ।

ବିଛା: ଅନ୍ୟମାନଙ୍କ ସହିତ ସେବେ ବନ୍ଧୁତା କରନ୍ତୁ ଯେବେ ତାଙ୍କ ସମ୍ବନ୍ଧରେ ପୂରା ଜାଣି ନେବେ। ବାପା ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ନବ ବିବାହିତ ବାହାରକୁ ବୁଲି ଯିବେ।

ଧନୁ: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଅଫିସ କାମ ପୂରା ମନୋଯୋଗରେ କରନ୍ତୁ। ଜମି ଦଲାଲଙ୍କ କାମ ସୁରୁଖୁରରେ ହେବ। ଆପଣଙ୍କ ମନ ଲିଖନ କାର୍ଯ୍ୟରେ ଲାଗି ରହିବ।

ମକର: ପୁରୁଣା କାର୍ଯ୍ୟରେ ପ୍ରଶଂସା ପାଇବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା। ପିଲାମାନଙ୍କୁ କ୍ୟାରିୟର ବିଷୟରେ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

କୁମ୍ଭ: କ୍ୟାରିୟରକୁ ବଢ଼ାଇବା ଲାଗି ପ୍ରୟାସର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀ ଭଲ ସମୟ ଅତିବାହିତ କରିବେ। ଶାରୀରିକ ଦୃଷ୍ଟରୁ ସ୍ବାସ୍ଥ୍ୟ ଭଲ ଠିକ୍ ରହିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ ମାମଲା ଭଲଭାବେ ଚିନ୍ତା କରନ୍ତୁ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠଙ୍କର ସହଯୋଗ ମିଳିବ। ସମାଜରେ କରିଥିବା କାମ ପାଇଁ ପ୍ରସିଦ୍ଧି ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe