ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

ମେଷ: ବନ୍ଧୁଙ୍କୁ ସାହାଯ୍ୟ ଯୋଗୁଁ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମିଷ୍ଟତାପୂର୍ଣ୍ଣ ରହିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।‌

ବୃଷ: ଅଫିସରେ କୌଣସି କାମ କରିବା ପୂର୍ବରୁ ବରିଷ୍ଠଙ୍କର ମତ ନିଅନ୍ତୁ। ସୋସିଆଲ୍ ମିଡ଼ିଆରେ ଆପଣଙ୍କ ପୋଷ୍ଟକୁ ଅଧିକ ଲୋକ ପସନ୍ଦ କରିବେ। ଛାତ୍ରଛାତ୍ରୀଙ୍କୁ ନିଜ ପରିଶ୍ରମର ଭଲ ପରିଣାମ ମିଳିବ। ‌

ମିଥୁନ: ତେଜରାତି ଦୋକାନୀଙ୍କର ବିକ୍ରୀ ବଢ଼ିବ ଓ ଭଲ ଲାଭ ହେବ। ନବ ବିବାହିତ ଦମ୍ପତ୍ତି ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। ଛାତ୍ରଛାତ୍ରୀ ସିନିୟରଙ୍କ ସାହାଯ୍ୟରେ ପ୍ରାକ୍ଟିକାଲ୍ କରିବେ। ‌

କର୍କଟ: ବନ୍ଧୁ ପରାମର୍ଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ମନରେ ସ୍ଥିର କରିବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। ପରିବାରର ଝି୍ଅଙ୍କୁ ବଡ଼ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟାରୁ ଆରାମ ପାଇବେ।

ସିଂହ: ଜମି ବ୍ୟବସାୟୀ ବଡ଼ ସଉଦା କରିବାରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ଯୋଡ଼ିବେ। କତୃପକ୍ଷ ଦେଇଥିବା ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ।

କନ୍ୟା: ନିଜ କାମରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଜାୟ ରହିବ। ପ୍ରେମୀ ଯୁଗଳ ଫୋନରେ ଦୀର୍ଘ ସମୟ କଥା ହେବେ। ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ଡ଼ାକ୍ତରଙ୍କୁ ଦେଖାଇବେ।

ତୁଳା: ଶିକ୍ଷକଙ୍କ ବଦଳିର ବାଧା ସମାପ୍ତ ହେବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ମହିଳାମାନେ ନିଜ ଗହଣାର ବିଶେଷ ଧ୍ୟାନ ରଖନ୍ତୁ। ଯେଉଁମାନଙ୍କର ଗଣ୍ଠିବ୍ୟଥା ଅଛି ସେମାନେ ଭଲ ଡ଼ାକ୍ତରଙ୍କର ପରାମର୍ଶ ନେବେ।

ବିଛା: ରାଜନୀତିକ ଲୋକ ନୂଆ କାମ ଆରମ୍ଭ କରିବା ଲାଗି ଅତି ବ୍ୟଗ୍ର ହେବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ମୋଟର ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ଅଫିସରେ ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ଜୀବନସାଥୀ ଆପଣଙ୍କୁ କୌଣସି ଜରୁରୀ କଥା କହିବେ। ପ୍ରେମୀ ଯୁଗଳ ନିଜ ସମ୍ବନ୍ଧର ଏକ ନୂଆ ଶୁଭାରମ୍ଭ କରିବେ।

ମକର: ନବ ବିବାହିତ ଦମ୍ପତ୍ତି ଧର୍ମାନୁଷ୍ଠାନକୁ ଯିବାର ମଉକା ପାଇବେ। କତୃପକ୍ଷ ଆପଣଙ୍କ ପଦୋନ୍ନତିର ବିଚାର କରିବେ। ଚକ୍ଷୁ ସମସ୍ୟାକୁ ନେଇ କୌଣସି ଭଲ ଡ଼ାକ୍ତରଙ୍କୁ ଦେଖାଇବେ।

କୁମ୍ଭ: ଅସହାୟ ଲୋକଙ୍କୁ ସାହାଯ୍ୟ କରି ସାରାଦିନ ଖୁସି ରହିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ମାଧ୍ୟମ ଦେବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ଜମି ସଂପର୍କିୟ କାମ ସଂପୂର୍ଣ୍ଣ ହୋଇଯିବ।

ମୀନ: ଶକ୍ତିରେ ପରିପୂର୍ଣ୍ଣ ରହିବେ। ପି.ଏଚ.ଡ଼ି. ଛାତ୍ରଛାତ୍ରୀଙ୍କର ପରିଶ୍ରମ ସଫଳ ହେବ। ଶିକ୍ଷକଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଦାମ୍ପତ୍ୟ ଜୀବନରେ ବଡ଼ ଖୁସି ଖବର ପାଇବେ। ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ।

ଏ ଖବର ପଢ଼ନ୍ତୁ-https://sambad.in/entertainment/shilpa-shinde-ready-to-marry-karanveer-mehra-become-3rd-wife-of-actor-in-khatron-ke-khiladi-6948432

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe