ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

uoi

ମେଷ: କାମ ମାମଲାରେ ଆପଣ ବହୁତ ବ୍ୟବହାରିକ ରହିବେ। ଆପଣଙ୍କର ମିଠାବାଣୀ ଆପଣଙ୍କ କାମ ପୂରା କରିବାରେ ସାହାଯ୍ୟ କରିବ। ବକେୟା ଅର୍ଥ ପାଇବେ। ପରିବାର ଲୋକଙ୍କ ସହ ଭଲ ସାମଞସ୍ୟ ରହିବ। ‌

ବୃଷ: ଅନ୍ୟର ପ୍ରେରଣା ନେଇ କାମ କରିବା ଦରକାର। କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ। ବାପା ମାଆଙ୍କ ସହିତ ସମୟ ଅତିବାହିତ କରିବା ଦରକାର। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ। ରାଜନୀତିରେ ସଫଳତା ପାଇବେ।

କର୍କଟ: ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସି ଭରା ରହିବ।

ସିଂହ: ଲୋକମାନଙ୍କ ଭରସା ଆପଣଙ୍କ ଉପରେ ରହିବ। ଆପଣଙ୍କର ସଚ୍ଚୋଟତାରେ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। କର୍ମଜୀବୀ ମହିଳା ନୂଆ ପ୍ରୋଜେକ୍ଟରେ କାମ କରିବେ।

କନ୍ୟା: ସୋସିଆଲ ମଡ଼ିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପୂର୍ବରୁ କରିଥିବା କାମରେ ଦିଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ ଆପଣଙ୍କର କୌଣସି ପ୍ରୋଜେକ୍ଟ ପୂରା ହେବ।

ତୁଳା: ଆପଣଙ୍କର କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। କୌଣସି ବନ୍ଧୁର ସହାୟତା ପାଇବେ। ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ବିଛା: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞି ଲଗାଇବାକୁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ବୈବାହିକ ଜୀବନ ଭଲ ରହିବ।

ଧନୁ: ଯାହା ବି କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିୟର ସମ୍ବନ୍ଧ‌ରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଙ୍ଗି ବିଷୟରେ ଜାଣିବା ପାଇଁ ଶିକ୍ଷକଙ୍କର ସହଯୋଗ ପାଇବେ।

ମକର: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କର ମତ ନେବାକୁ ଚାହିଁବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ: ଦୂରରେ ଥିବା ଭାଇ ଭଉଣୀଙ୍କ ସହିତ ଫୋନରେ କଥା ହେବେ। ଅଫିସ କାମରେ ବାଧା ଦୂର ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ମୀନ: ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସଂପୂର୍ଣ୍ଣରୂପେ ସମାପ୍ତ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe