ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

opiut

ମେଷ: ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ମହିଳାମାନେ କୌଣସି କାମ ପୂରା କରିବାରେ ସଫଳ ହେବେ।

ବୃଷ: ବରିଷ୍ଠଙ୍କ ଠାରୁ ପ୍ରୋଜେକ୍ଟ ସଂପର୍କରେ କିଛି ନୂଆ ଶିଖିବାକୁ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଛାତ୍ରଛାତ୍ରୀଙ୍କ ଜୀବନ ବହୁତ ବ୍ୟସ୍ତ ରହିବ।

ମିଥୁନ: ବୟସାଧିକ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ କାମକୁ ପୂରା କରିବାରେ ସହାୟକ ସିଦ୍ଧି ହେବ। କାର୍ଯ୍ୟକ୍ଷେତ୍ରର ଧନଲାଭ ହେବ। ଆପଣ ବନ୍ଧୁ ସହିତ ବିଦେଶ ଯିବାର ଯୋଜନା କରିବେ।

କର୍କଟ: ଧର୍ମକାର୍ଯ୍ୟରେ ମନ ଲାଗିବ। ଜମି କିଣିବା ପାଇଁ ଜମି ବ୍ୟବସାୟୀଙ୍କୁ ସାକ୍ଷାତ କରି ସଉଦା ଫାଇନାଲ୍ କରିବେ। ଜୀବନସାଥୀ ଠାରୁ ଉପହାର ପାଇବେ। ନବ ବିବାହିତ ଦମ୍ପତ୍ତି ବଡ଼ଙ୍କ ଠାରୁ ଆଶୀର୍ବାଦ ପାଇବେ।

ସିଂହ: ରାଜନୀତି କ୍ଷେତ୍ରରେ ଥିବା ଲୋକ ସମାଜରେ ଭଲ ଛବି ସଜାଇବାରେ ସଫଳ ହେବେ। ପରିଶ୍ରମ ସହିତ ଚେଷ୍ଟା କରୁଥିବା କାମରେ ଭଲ ପରିଣାମ ପାଇବେ। ଆପଣଙ୍କ ବଡ଼ ପୁଅ ବେପାରରେ ଉନ୍ନତି କରିବେ।

କନ୍ୟା: ଓକିଲ ପୁରୁଣା ମହକିଲଙ୍କ ମକଦ୍ଦମାକୁ ସମାଧାନ କରିବେ। କୌଣସି ବନ୍ଧୁଙ୍କୁ ସହାୟତା କରିବାରେ ଅବସର ପାଇବେ। ବେପାରୀବର୍ଗଙ୍କର ଆମଦାନି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ତୁଳା: ଛୋଟ ଛୋଟ କଥାରେ ଖୁସିର ତଲାସ କରିବେ। ବ୍ୟବସାୟ ବଢ଼ାଇବା ପାଇଁ ବନ୍ଧୁ ସହିତ ବସି ଯୋଜନା କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ।

ବିଛା: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଜମି ସମ୍ବନ୍ଧୀୟ ମାମଲାରେ ସଫଳ ହେବେ। ଚେସ୍ ଖେଳୁଥିବା ଲୋକଙ୍କୁ ବହୁତ ଭଲ ବିଜୟ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: ଆପଣଙ୍କର କଥାବର୍ତ୍ତାର ଶୈଳୀ ଓ ବ୍ୟବହାର ଭଲ ରହିବ। କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ନୂଆ ଦିଶା ଦେବେ। ରାଜନୀତିରେ ସଫଳତା ପାଇବେ। ଜମି କିଣିବା ଯୋଗ ରହିଛି।

ମକର: ବ୍ୟବସାୟ ଦାୟିତ୍ବ କୌଣସି ଦାୟିତ୍ବ ସଂପନ୍ନ ବ୍ୟକ୍ତିଙ୍କୁ ଦେବେ। ପିଲାଙ୍କ ସହିତ ସୋପିଙ୍ଗ ମହଲ ବୁଲି ଯିବେ। କତୃପକ୍ଷ ଆପଣଙ୍କ କାମରେ ପ୍ରସନ୍ନ ହେବେ। ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଯୋଗାସନ କରନ୍ତୁ।

କୁମ୍ଭ: କୌଣସି ବନ୍ଧୁ ଘରକୁ ଆସିବା ଯୋଗୁଁ ଆପଣଙ୍କର ଖୁସି ବଢ଼ିଯିବ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ କଂପାନିରେ ଚାକିରିରେ ମିଳିବ। ବେପାରରେ ଉନ୍ନତି ହେବ। ନବ ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ।

ମୀନ: ଫେସନ ଡ଼ିଜାଇନିଙ୍ଗ ଲୋକଙ୍କୁ ଭଲ ପ୍ରୋଜେକ୍ଟ ମିଳିବ। ଜୀବନସାଥୀ ଠାରୁ କାର୍ଯ୍ୟରେ ସହଯୋଗ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe