ମେଷ: ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ। ରାଜନୀତିରେ ସଫଳତା ପାଇବେ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ଜୀବନସାଥୀ ଠାରୁ ମନ ପସନ୍ଦର ଉପହାର ପାଇବେ। ‌

Advertisment

ବୃଷ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ଦିନଟି ବହୁତ ଭଲ। ବହୁ ଦିନର ଆଶା ପୂରଣ ହେବ। ବ୍ୟବସାୟୀଙ୍କୁ ନୂଆ ସଫଳତା ମିଳିପାରେ। କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ।

ମିଥୁନ: ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ବ୍ୟବସାୟୀଙ୍କ ଲାଗି ସମୟ ଉତ୍ତମ। ସବୁ କାମ ସରଳତାପୂର୍ବକ ପୂରା ହେବ। ଦମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।

କର୍କଟ: ପୂଜାପାଠରେ ସମୟ ବିତିବ। ପୁରୁଣା ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। ନୂଆ କାମ କରନ୍ତୁ ଲାଭଦାୟକ ରହିବ। ଜମିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।

ସିଂହ: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ନୂଆ କାମ କରିବା ପାଇଁ ନୂଆ ନିୟମ ଉପରେ ବିଚାର କରିବେ। ଆପଣ ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

କନ୍ୟା: କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଚାକିରିଆ ଆଗକୁ ବଢ଼ିବାର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ତୁଳା: ଆପଣଙ୍କର ଆକର୍ଷକ ଓ ଚୁମ୍ବକୀୟ ବ୍ୟକ୍ତିତ୍ବ କୌଣସି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ।

ବିଛା: ଆପଣଙ୍କର କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ରୂପେ ପ୍ରଗତି ହେବ। ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କ ମଧ୍ୟରେ ଭଲ ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ କିଛି ଲୋକଙ୍କ ପ୍ରତି ସତର୍କ ରହନ୍ତୁ।

ଧନୁ: ବ୍ୟବସାୟରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ଖୁସି ରହିବେ। ଆପଣଙ୍କର ପଦୋନ୍ନତିର ସୁଯୋଗ ବଢ଼ିବ।

ମକର: ପରିବାରରେ ଉତ୍ସାହ ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ନୂଆ କଥା କିଛି ଜାଣି ପାରିବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।

ମୀନ: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ନୂଆ କାମ କରିବା ପାଇଁ ଭାବିବେ। ବେପାରୀଙ୍କ ଲାଗି ସମୟ ଭଲ। ମହିଳାମାନଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ।

ଏ ଖବର ପଢ଼ନ୍ତୁ- https://sambad.in/entertainment/aishwarya-rai-came-to-salman-khans-gym-at-galaxy-says-somy-ali-7081001