ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasiii

ମେଷ: ଅଧୁରା କାମ ସଂପୂର୍ଣ୍ଣ ହେବ। ଅଫିସରେ ପ୍ରତିଯୋଗିତା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବାକୁ ପଡ଼ିପାରେ। ଜୀବନସାଥୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ‌

ବୃଷ: ପେସାଦାର ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପାଖଲୋକ ଠାରୁ ସୁସମ୍ବାଦ ପାଇବେ। ପାରିବାରିକ ସମ୍ବନ୍ଧ ଆହୁରି ମଜଭୁତ ହେବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ‌

ମିଥୁନ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ରଖିବାର ଆବଶ୍ୟକତା ରହିଛି। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ‌

କର୍କଟ: ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ‌ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ସିଂହ: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସମୟ ଲାଗିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଯାହା ବି କାମ କରିବେ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଆପଣଙ୍କର କେହି ନୂଆ ବନ୍ଧୁ ହୋଇପାରନ୍ତି।

ତୁଳା: ଜୀବନସାଥୀ ସବୁ ପ୍ରକାରରେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। ପ୍ରେମ ଜୀବନ ଭଲ ରହିବ।

ବିଛା: କୌଣସି ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

ଧନୁ: ଲେଖକ ଓ କଳାକାର ଲାଗି ସମୟ ଅନୁକୂଳ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ଅଧିକାରବର୍ଗ ଆପଣଙ୍କ କାମରେ ଖୁସି ହେବେ।

ମକର: ଆପଣଙ୍କର ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରହିବେ। ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ସମୟ ଅତିବାହିତ କରିବେ।

କୁମ୍ଭ: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଯାନ କିଣିବା ଲାଗି ଯୋଜନା କରିପାରନ୍ତି। ବ୍ୟବସାୟରେ ପୁଞି ଲଗାନ୍ତୁ ଆପଣଙ୍କୁ ଦିଗୁଣା ଲାଭ ହେବ। ସମ୍ବନ୍ଧରେ ମଧୁରତା ଆସିବ।

ମୀନ: ଅଫିସ କାମରେ ବାହାରକୁ ଯିବେ। କୌଣସି ବନ୍ଧୁ ସହ ସାକ୍ଷାତ ହୋଇପାରେ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ମଉକା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe