ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horui

ମେଷ: ଆପଣଙ୍କ କଥା କହିବା କଳା କୌଶଳ ଦ୍ବାରା ନିଜର କଥାକୁ ଲୋକମାନଙ୍କୁ ବୁଝାଇବାରେ ସକ୍ଷମ ହେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଜୀବନସାଥୀ ସହିତ ସମ୍ବନ୍ଧ ଭଲ ହେବ। ‌

ବୃଷ: ଆର୍ଥିକ ମାମଲାରେ ପାଖ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଅଫିସରେ ଆପଣଙ୍କୁ ମନ ପସନ୍ଦର କାମ ଦିଆଯାଇପାରେ। ‌

ମିଥୁନ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ । କୌଣସି ସମ୍ମାନଜନକ ଲୋକଙ୍କ ସହିତ ମିଶିବାର ମଉକା ପାଇପାରନ୍ତି। ଘର ତିଆରି ପାଇଁ ଯୋଜନା କରିପାରନ୍ତି। ଘରକୁ କୁଣିଆ ଆସିବେ। ‌

କର୍କଟ: କାମକୁ ଭଲଭାବେ କରିବା ଲାଗି ଦିନଟି ଭଲ। କୌଣସି ମଞ୍ଚରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ସିଂହ: ଅଫିସରେ କତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ବନ୍ଧର ମଧୁରତା ବଢ଼ିବ।

କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ନୂଆ କାମ କରିବାକୁ ଅତି ଉତ୍ସୁକ ଥିଲେ ନୂଆ କଳାକୌଶଳ ଶିଖିବାକୁ ପ୍ରୟାସ କରନ୍ତୁ। ଜୀବନସାଥୀ ଆପଣଙ୍କୁ ମନ ପସନ୍ଦ ବ୍ୟଞନ ତିଆରି କରି ଖୁଆଇବେ।

ତୁଳା: ବହୁତ ଭଲ ପରିଣାମ ଲାଗି ଆପଣଙ୍କ ଉପରେ ଭରସା ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ କୌଣସି ଲୋକ ସହ ମତଭେଦ ହେବ। ଶିକ୍ଷାର୍ଥୀ ପରିଶ୍ରମର ସଫଳତା ପାଇବେ।

ବିଛା: ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

ଧନୁ: ନୂଆ କାମ ଆରମ୍ଭ କରିବା ପାଇଁ ଧ୍ୟାନକେନ୍ଦ୍ରୀତ କରନ୍ତୁ। ସୁଯୋଗକୁ ହାତଛଡ଼ା କରନ୍ତୁନାହିଁ। ବେପାରରେ ଗତି ବୃଦ୍ଧି ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ମକର: ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧ ଉପରକୁ ଆସିପାରେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କୁମ୍ଭ: ମନେଯୋଗରେ କାମ କରନ୍ତୁ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ବାଂଛିତ ଲାଭ ମିଳିପାରେ। ନବବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ପରିବାର ଓ ବନ୍ଧୁ ସହିତ ଭଲ ତାଳମେଳ ରହିବ। ଅଫିସର ଲୋକ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe