ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କୌଣସି କାର୍ଯ୍ୟ ବହୁତ ଭଲ କରିବେ। ବେପାରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଜଣେ ଅନ୍ୟଜଣଙ୍କୁ କଥାରେ ପ୍ରଭାବିତ କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ: ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ବୈବାହିକ ଜୀବନରେ କଟୁତା ଦୂର ହେବ। ପ୍ରେମୀ ଯୁଗଳ କୌଣସି ମନୋରଂଜନ ସ୍ଥାନକୁ ବୁଲି ଯିବେ। ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମିଥୁନ: ଆପଣଙ୍କ କାମକୁ ଯଥେଷ୍ଟ ପ୍ରାଥମିକତା ଦେବେ। ଆପଣଙ୍କୁ ଉନ୍ନତି ଓ ନୂଆ ଶକ୍ତି ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ଘରର ପରିବେଶ ସକାରାତ୍ମକ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ: ପ୍ରତିଟି କାମକୁ ସୁଚାରୁରୂପେ କରି ପାରିବେ। ପରିବାର ସହିତ ଆପୋସୀ ତାଳମେଳ ବଜାୟ ରଖିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ବନ୍ଧରେ ବାନ୍ଧିବା ପାଇଁ ମନ ବନାଇବେ।

ସିଂହ: ପାରିବାରିକ ଜୀବନ ବହୁତ ଭଲ ରହିବ। ବଡ଼ମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ। ଆପଣଙ୍କର ଆତ୍ମବିଶ୍ବାସ ବହୁତ ଭଲ ରହିବ। ଜୀବନସାଥୀ ମାଧ୍ୟମରେ ବ୍ୟବସାୟରେ ଲାଭ ପାଇବେ।

କନ୍ୟା: ନିଜ ଉପରେ ନିଜର କାର୍ଯ୍ୟ ଉପରେ ଭରସା କରିବେ। ଶିକ୍ଷାକ୍ଷେତ୍ରରେ ଆପଣଙ୍କୁ ସଫଳତା ହାସଲ ହେବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଦରମା ବୃଦ୍ଧି ହେବାର ସମ୍ଭାବନା। କିଛି ଲୋକ ଜାଣିଶୁଣି ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ବିଛା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ କାର୍ଯ୍ୟ ଯୋଜନା ସଫଳ ହେବ। ଜୀବନସାଥୀ ସହ ତାଳମେଳ ବଜାୟ ରହିବ। ସ୍ବାସ୍ଥ୍ୟକୁ ନେଇ ସଜାଗ ରହନ୍ତୁ। ତରବରିଆରେ ନେଇ ଥିବା ନିଷ୍ପତ୍ତି ହାନି ପହଞ୍ଚାଇପାରେ।

ଧନୁ: ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଅଫିସରେ କାମକୁ ସାବଧାନତାର ସହ କରନ୍ତୁ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ମାନସିକ ସୁସ୍ଥତା ପାଇଁ ଯୋଗ କରନ୍ତୁ। ‌

ମକର: ଧନଲାଭର ଯୋଗ ଅଛି। ଦାମ୍ପତ୍ୟ ଜୀବନ ଭଲ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

କୁମ୍ଭ: ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନ ଭଲ ରହିବ। ଘରେ କୌଣସି ବଡ଼ ଆୟୋଜନର ଯୋଜନା କରିବେ।‌

ମୀନ: ମନ ଧାର୍ମିକ ଗତିବିଧିରେ ଅଧିକ ଲାଗି ରହିବ। ଚାକିରି ସମ୍ବନ୍ଧୀୟ ସବୁ ଇଚ୍ଛା ପୂରା ହେବ। ଦରମା ବୃଦ୍ଧି ସହ ପଦୋନ୍ନତି ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe