ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳିବ। କାହାରି ଠାରୁ ଧାର ନେଇ ଥିଲେ ପରି‌ଶୋଧ କରି ଦିଅନ୍ତୁ। ବୈବାହିକ ଜୀବନରେ ସୁଖ ଓ ସନ୍ତୋଷ ବୃଦ୍ଧି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

ବୃଷ: ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନିତ ହେବେ। ବସ୍ତ୍ର ବ୍ୟବସାୟୀଙ୍କ କାମରେ ଅନୁକୂଳତା ରହିବ। ପ୍ରେମୀ ଯୁଗଳ ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ଫଳପ୍ରଦ। ପରିବାର ଲୋକଙ୍କ ସହିତ ମେଳ ବଜାୟ ରଖନ୍ତୁ। ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

କର୍କଟ: କୌଣସି କାମ କରିବା ପାଇଁ ଉତ୍ସୁକତା ବଢ଼ିବ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ।

ସିଂହ: ଅଫିସ କାମରେ ବ୍ୟସ୍ତ ରହିବେ। ଭ୍ରମଣର ବିଚାର ଆପଣଙ୍କୁ ଅସ୍ଥିର କରିପାରେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ସୁଷମ ଖାଦ୍ୟ ଭୋଜନ କରନ୍ତୁ।

କନ୍ୟା: ଜୀବନକୁ ଭଲ ଢ଼ଙ୍ଗରେ ଜିଇଁବାର ପ୍ରୟାସ କରିବେ। ଆପଣଙ୍କର ସମସ୍ତ ଚେଷ୍ଟା ସଫଳ ହେବ। ଭାଗ୍ୟର ଦ୍ବାର ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ପାଇବେ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।

ତୁଳା: ଆପଣ ସଂପୂର୍ଣ୍ଣରୂପେ ସୁସ୍ଥ ରହିବେ। ରାଜନୀତିଜ୍ଞ ସମାରୋହ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ। ପ୍ରେମ ଜୀବନ ଭଲ ହେବ।

ବିଛା: ଅଫିସରେ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ଆପଣଙ୍କର ସୋସିଆଲ ମିଡ଼ିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଆଇନି ଛାତ୍ରଛାତ୍ରୀଙ୍କର ନୂଆ ପାଠ୍ୟକ୍ରମରେ ଯଥେଷ୍ଟ ଉତ୍ସାହ ଆସିବ।

ଧନୁ: ଆପଣଙ୍କର କୌଣସି କାମରେ ପ୍ରଶଂସା ହେବ। କଠିନ କାମରେ ଆପଣ ହାର ମାନିବେନି। ପ୍ରତିଯୋଗିତମୂଳକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।

ମକର: ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ବ୍ୟବସାୟ ଡ଼ିଲରେ ସ୍ବାକ୍ଷର କରିବେ। ପାଖ ଲୋକଙ୍କ ସାହାଯ୍ୟ ପାଇବେ। ବାପା ମାଆ ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଚିନ୍ତା କରିବେ। ଘରକୁ କୁଣିଆ ଆସିବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

ମୀନ: କାରବାରରେ ଭାବିଚିନ୍ତି ଆଗକୁ ବଢ଼ିବା ଆପଣଙ୍କ ଲାଗି ଉଚିତ ରହିବ। ଆୟ ବ୍ୟୟର ସମନ୍ବୟ ରହିବ। ଭାବିଥିବା କାମରେ ସଫଳତା ପାଇବେ। କତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe