ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ମଧୁମେହ ରୋଗୀଙ୍କୁ ଆରାମ ମିଳିବ। ପରିବାର ଲୋକଙ୍କ ସାହାଯ୍ୟ ପାଇବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ବୃଷ: ଘରେ ବୟସାଧିକ ବ୍ୟକ୍ତିଙ୍କ ସହ ସ୍ବଭାବରେ ନରମ ବନାଇ ରଖନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ। ବେପାରରେ ଉତ୍ତମ ଲାଭ ଯୋଗ ରହିଛି। ପ୍ରେମୀ ଯୁଗଳ ସାଙ୍ଗ ହୋଇ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

ମିଥୁନ: ଘରୋଇ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ଘରେ କୌଣସି ଉତ୍ସବ ହେବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

କର୍କଟ: କଠିନ ପରିସ୍ଥିତିରେ କେହିନାକେହି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ମନ୍ଦିରରେ ଦାନ ଦିଅନ୍ତୁ ସମାଜରେ ପ୍ରସିଦ୍ଧି ବଢ଼ିବ। ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

ସିଂହ: ଇଂଜିନିୟର୍ସ କୌଣସି ଲକ୍ଷ୍ୟ ପୂରା କରିବେ। କୃଷିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁ ଠାରୁ କିଛି ଭଲ ପରାମର୍ଶ ପାଇବେ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

କନ୍ୟା: ପୈତୃକ ସଂପତ୍ତି ଆପଣଙ୍କୁ ହାସଲ ହେବ। ମହିଳାମାନେ କୌଣସି ଧାର୍ମିକ ସତସଙ୍ଗକୁ ଯିବେ। ଚାକିରିରେ ଚାହୁଁଥିବା ସଫଳତା ପାଇବେ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ତୁଳା: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆପଣଙ୍କର ସାକ୍ଷାତ କୌଣସି ପୁରୁଣା ବନ୍ଧୁ ସହିତ ହେବ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ବିଛା: ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। କ୍ରିକେଟ ଖେଳାଳୀଙ୍କ ଲାଗି ଦିନଟି ଭଲ ରହିବ। ଶୀତବସ୍ତ୍ର ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ ଓ ଭଲ ଲାଭ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ଧନୁ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଅଫିସ କାମରେ ଆପଣଙ୍କ ମନ ଲାଗିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ମକର: ବିଲଡ଼ର୍ସଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ଠାରୁ ଭଲ ଉପହାର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ଜମି କିଣିବା ଯୋଗ ରହିଛି। ଘରକୁ କୁଣିଆ ଆସିବେ।

କୁମ୍ଭ: ଆପଣ ନିଜର ବ୍ୟବହାରକୁ ଭଲ କରନ୍ତୁ। ବ୍ୟବସାୟରେ ଲାଭ ପାଇଁ ସବୁ କାମ ମନପ୍ରାଣ ଢ଼ାଳି କାମ କରିବେ। ମୋଟର ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜଳସେଚନ ଅଧିକାରୀ ନିଜର କାମକୁ ସଂପୂର୍ଣ୍ଣ କରିବେ। ବେପାରୀବର୍ଗଙ୍କୁ ଧନଲାଭ ହେବ। ପ୍ରିୟଜନ ଠାରୁ ଉପହାର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe