ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଚାନକ ଧନଲାଭ ହେବ। ନୂଆ କାମ କରିବାରେ ରୁଚି ବଢ଼ିବ। ରାଜନୀତିରେ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ସମୟ ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।  

ବୃଷ: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଧନଲାଭର ଅବସର ପାଇବେ। ମନରେ ନୂଆ ଆଶା ଉତ୍ପନ୍ନ ହେବ। ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ।

ମିଥୁନ: ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ବେପାରରେ ଗତି ବୃଦ୍ଧି ହେବ। ସୋଫ୍ଟୟର ଇଂଜିନିୟରଙ୍କ ଲାଗି ଦିନଟି ବିଶେଷ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ।

କର୍କଟ: ସୁସମ୍ବାଦ ପାଇବେ। ନୂଆ ଚାକିରିର ସୁଯୋଗ ଅଛି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କାରବାରରେ ଯଥେଷ୍ଟ ଲାଭ ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ଦିନଟି ସବୁ ଦୃଷ୍ଟିରୁ ଭଲ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡ଼ିଲ୍ ଫାଇନାଲ ହୋଇଯିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ।

କନ୍ୟା: ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ମୋଟର ଯାନ ସାବଧାନତାର ସହ ଚଳାନ୍ତୁ।

ତୁଳା: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଭଳ ଖବର ଶୁଣିବେ। ନବ ଦମ୍ପତିଙ୍କ ଲାଗି ସମୟ ଭଲ।

ବିଛା: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। ଅଚାନକ ଧନଲାଭ ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ଧନୁ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ମକଦ୍ଦମାରେ ଜୟଲାଭ କରିବେ। ସାମାଜିକ ସମାରୋହକୁ ଯିବାର ଅବସର ପାଇବେ। ଜରବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

ମକର: ସବୁ ସମସ୍ୟାର ସମାଧାନ ବାହାରିବ। ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ବ୍ୟବସାୟରେ ପ୍ରଗତି ଲାଗ ସମୟ ଭଲ। ଆଇନି ଛାତ୍ର କୌଣସି ବଡ଼ ଓକିଲ ସହ କାମ କରିବେ।

କୁମ୍ଭ: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମର ସଫଳ ହେବେ। କବିମାନଙ୍କ ଲାଗି ସମୟ ମହତ୍ବପୂର୍ଣ୍ଣ ରହିବ। ବୈବାହିକ ଜୀବନ ଖୁସିଭରା ରହିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।

ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାମକୁ ନେଇ ସହକର୍ମୀଙ୍କ ବିଚାର ବିମର୍ଶ କରିବେ। ସାମାଜିକ ଜୀବନ ଭଲ ରହିବ। ପରିବାର ସହ ସହରକୁ ଜିନିଷ କିରିବା ଲାଗି ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe